ସ୍ବାମୀଙ୍କ ଶବ ସହ ଶ୍ରମିକ ସ୍ପେସାଲ୍‌ ଗାଡ଼ିରେ ୬ ଘଣ୍ଟାର ଯାତ୍ରା

ଲକ୍ଷ୍ନୌ: ମୁମ୍ବାଇରୁ ଉତ୍ତରପ୍ରଦେଶର ବସ୍ତିକୁ ଯାଉଥିବା ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ମୃତଦେହ ସହ ୬ ଘଣ୍ଟାର ଯାତ୍ରା କରିଛନ୍ତି। ସ୍ବାମୀ ମରିଯାଇଛନ୍ତି ବୋଲି ସେ ଜାଣିନାହାନ୍ତି। ସ୍ବାମୀଙ୍କୁ ଧରି ସେ ୬ ଘଣ୍ଟାର ଯାତ୍ରା କରିବାପରେ ଲକ୍ଷ୍ନୌରେ ପହଞ୍ଚିଥିଲେ। ଡାକ୍ତରୀଦଳ ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୪୪ ବର୍ଷୀୟ ବିନୋଦ କୁମାର ଉପାଧ୍ୟାୟଙ୍କ ଘର ଅଯୋଧ୍ୟାରେ। ମୁମ୍ବାଇର ଗେଟ୍‌ୱେ ଅଫ୍‌ ଇଣ୍ଡିଆରେ ସେ ଜଣେ ଫ‌ଟୋଗ୍ରାଫର ଭାବେ କାମ କରନ୍ତି। ତେବେ ସେ ଶ୍ରମିକ ସ୍ପେସାଲ୍‌ ‌ଟ୍ରେନ୍‌ରେ ତାଙ୍କ ପତ୍ନୀ ଏବଂ ଅନ୍ୟ ଜଣେ ପୁରୁଷ ସମ୍ପର୍କୀୟଙ୍କ ସହ ଅଯୋଧ୍ୟାକୁ ଫେରୁଥିଲେ।

image source–indiatoday

ଉପାଧ୍ୟାୟଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ଉପାଧ୍ୟାୟ ସୋମବାର ରାତିରେ ଶୋଇ ପଡ଼ିଲେ ଏବଂ ମଙ୍ଗଳବାର ସକାଳୁ ତାଙ୍କୁ ଉଠାଇବାବେଳେ ସେ ଉଠିଲେନି। ଟ୍ରେନ୍‌ ଲକ୍ଷ୍ନୌରେ ପହଞ୍ଚିବା ପରେ ଡାକ୍ତରମାନେ ଉପାଧ୍ୟାୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ପାଇଁ ଉପାଧ୍ୟାୟଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନି। ସେ କୋଭିଡ୍‌-୧୯ରେ ପୀଡ଼ିତ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେଣୁ ସେ ଆସିଥିବା ବଗିରେ ସମସ୍ତ ଯାତ୍ରୀ ଏବଂ ଅନ୍ୟ କର୍ମଚାରୀମାନଙ୍କର କରୋନା ଟେଷ୍ଟ୍‌ କରାଯିବ।

ସମ୍ବନ୍ଧିତ ଖବର