ଚିଦମ୍ବରମଙ୍କୁ ୬ ଘଣ୍ଟା ଜେରା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କୁ ଆଜି ଏୟାରସେଲ୍‌ ମାକ୍ସିସ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାୟ ପ୍ରଥମ ଥର ପାଇଁ ଦୀର୍ଘ ୬ ଘଣ୍ଟାରୁ ଊର୍ଧ୍ୱ ସମୟ ଧରି ଜେରା କରିଛି। ଅର୍ଥମନ୍ତ୍ରୀ ଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ଅଧୀନରେ ଥିବାବେଳେ ଏବେ ଏହି ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ଜେରା କରାଯାଇଛି। ପିଏମ୍‌ଏଲଏ ବା ମନି ଲଣ୍ଡରିଂ ନିରୋଧ ଆଇନ ଅଧୀନରେ ଚିଦମ୍ବରମ୍‌ଙ୍କ ଉତ୍ତରକୁ ରେକର୍ଡ କରାଯାଇଛି। ଏୟାରସେଲ୍‌-ମାକ୍ସିସ ମାମଲାରେ ତତ୍କାଳୀନ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ(ଏଫଆଇପିବି)ର କି ପ୍ରକାର ପଦ୍ଧତି ଗ୍ରହଣ କରିଥିଲା ସେ ନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଏହି ମାମଲାରେ ଚିଦମ୍ବରମ୍‌ଙ୍କ ପୁଅଙ୍କୁ ଇଡି ଦୁଇ ଥର ଜେରା କରି ସାରିଛି। ଅନ୍ୟପକ୍ଷରେ ଚିଦାମ୍ବରମ୍‌ଙ୍କୁ ଏହି ମାମଲାରେ ଜୁଲାଇ ୧୦ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବନି ବୋଲି ଆଜି ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର