ଦିଲ୍ଲୀ : ଶନିବାର ସନ୍ଧ୍ୟା ୫:୩୦ ରୁ ୬:୧୫ ମଧ୍ୟରେ ଦଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ୧୩ଟି ବିମାନର ଦିଗ ବଦଳାଇ ଦିଆଯାଇଥିଲା। ବିମାନ ବନ୍ଦରରେ ବହୁ ସଂଖ୍ୟକ ଭିଆଇପି ଚାଟାର୍ଡ ବିମାନ ଅବତରଣ କରିବାର ଥିବାରୁ ପ୍ରାୟ ୪୫ ମିନିଟ୍ ମଧ୍ୟରେ୧୩ଟି ବିମାନ ଦିଗ ପରିବର୍ତ୍ତନ କରାପାଇଥିଲା ବୋଲି ପ୍ରକାଶ କରିଥିଲେ ବିମାନ କର୍ତ୍ତୃପକ୍ଷ।
ଅଧିକାଂଶ ବିମାନ ପ୍ରାୟ ୧ ଘଣ୍ଟା ବିଳମ୍ବରେ ପହଁଚିଥିବା ବେଳେ , ପାଟଣା - ଦିଲ୍ଲୀ ବିମାନ ୬ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ସନ୍ଧ୍ୟାବେଳେ ପହଞ୍ଚିବାକୁ ଥିବା ୯୦ଟି ଘରୋଇ ବିମାନଗୁଡ଼ିକର ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ବିଭିନ୍ନ ବିମାନ କମ୍ପାନି ଯାତ୍ରୀଙ୍କୁ ମେସେଜ ଏବଂ ଟୁଇଟ ଯୋଗେ ସୁଚନା ପ୍ରଦାନ କରିଥିଲେ।
ଭିଆଇପି ଚାଟାର୍ଡ ବିମାନ ଅବତରଣ ଯୋଗୁଁ ବିମାନ ବିଳମ୍ବ ହୋଇଥିଲା। ବୋର୍ଡିଂ ପାସ ପାଇଁ ଟରର୍ମିନାଲ୧ ରେ ବହୁ ସଂଖ୍ୟାରେ ଯାତ୍ରୀଙ୍କ ଭିଡ଼ ହୋଇଥିବାର ଏକ ଭିଡ଼ିଓ ପୋଷ୍ଟ କରିଥିଲା ଏଏନଆଇ । ଦିଲ୍ଲୀ ବିମାନ ବନ୍ଦରର ଏପରି ସେବା ବ୍ୟବସ୍ଥା ପାଇଁ ବହୁ ଯାତ୍ରୀ ଟୁଇଟ ଜରିଆରେ ନିଜର କ୍ରୋଧ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/42977-qwgydjmgok-1475776172.jpg)