ଡ. ଭିକେ ପଲଙ୍କ ପରାମର୍ଶ, ଦୈନିକ ୬ ଲକ୍ଷ ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ମହଜୁଦ ରଖ

ନୂଆଦିଲ୍ଲୀ: ଏବେ ତ କରୋନା ସଂକ୍ରମଣର ଟ୍ରେଲର, ଆଗକୁ ପୂରା ସିନେମା ଆସୁଛି । ଆଗାମୀ ଦିନରେ ଦୈନିକ ସଂକ୍ରମଣ ୬ ଲକ୍ଷ ପାର କରିବ । ଏହାକୁ ସାମ୍ନା କରିବାକୁ ଦ୍ୱିତୀୟ ଯୋଜନା କର । ଦୈନିକ ସଂକ୍ରମଣ ୬ ଲକ୍ଷ ପାଇଁ ଅକ୍ସିଜେନ ମହଜୁଦ କର । ଏଭଳି କିଛି ସଂକେତ ଦେଇଛନ୍ତି ନୀତି ଆୟୋଗର ସଦସ୍ୟ ଡ. ଭିକେ ପଲ ।  କହିରଖୁ କି ଠିକ୍ ୧୦ ମାସ ପୂର୍ବରୁ ଡ. ପଲ ପୂର୍ବାନୁମାନ କରି କହିଥିଲେ କି ଆଗକୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର କରିବ ।

ସୂଚନା ମୁତାବକ ଏପ୍ରିଲ ପ୍ରଥମ ସପ୍ତାହରେ ନୀତି ଆୟୋଗର ଏକ ବୈଠକ ଡକ୍ଟର ପଲଙ୍କ ନେତୃତ୍ୱରେ ହୋଇଥିଲା । ଏଥିରେ ସରକାରଙ୍କୁ ‘ପ୍ଲାନ ବି’ ର ସୁପାରିସ ଉପରେ ତଦନ୍ତ କରିବାକୁ କୁହାଯାଇଥିଲା । ଅନ୍ୟପଟେ ନିକଟରେ ଏକ ପ୍ରେସ ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟଗୁଡିକୁ କରୋନା ମାମଲା ବୃଦ୍ଧି ନେଇ ପରିଚାଳନା ଏବଂ ନିୟମାବଳୀକୁ କଠୋର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟଗୁଡିକୁ ମନ୍ତ୍ରାଳୟ ସୂଚାଇ ଦେଇଥିଲା କି ବର୍ତ୍ତମାନ ଆମପାଖରେ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ନେଇ ଆଗାମୀ ଦିନରେ ଆସୁଥିବା ସମସ୍ୟାକୁ ସମାଧାନ କରାଯାଇପାରିବ ନାହିଁ ।

ସମ୍ବନ୍ଧିତ ଖବର