ଆନ୍ଧ୍ରରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ୬ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି

ବିଶାଖାପାଟନା: ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଏହି ଘଟଣାରେ ୬ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ନେଇ ସୁଚନା ମିଳିଛି । ବିଶାଖପାଟନମ୍ ଓ ପୂର୍ବ ଗୋଦାବରୀ ସୀମାରେ ୬ଜଣ ମାଓବାଦୀଙ୍କର ଏନକାଉଂଟର ହୋଇଥିବା ଜଣାପଡିଛି । ମୃତ ୬ଜଣ ମାଓବାଦୀଙ୍କଠାରୁ ଏକେ -୪୭, ଏସଏଲଆର ବନ୍ଧୁକ ସମେତ ବିପୁଳ ପରିମାଣର ମାରଣାସ୍ତ୍ର ଓ ଗୁଳି ଗୋଳା ଜବତ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଚାଲିଥିବା ନେଇ ବିଶାଖପାଟଣା ଗ୍ରାମାଂଚଳ ଏସପି ସୁଚନା ଦେଇଛନ୍ତି ।

ଡିଜିପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ଯେ, ମାଓବାଦୀଙ୍କ ଜଣେ ବରିଷ୍ଠ ନେତା ଏବଂ ଜଣେ ମହିଳା ସଦସ୍ୟ ମଧ୍ୟ ୬ଜଣଙ୍କ ମଧ୍ୟରେ ରହିଛନ୍ତି | ମିଳିଥିବା ସୂଚନା ମୁତାବକ, ଆଜି ସକାଳ ସମୟରେ ସିପିଆଇ(ମାଓବାଦୀ) ଏବଂ ଗ୍ରେହାଉଣ୍ଡସ୍, ରାଜ୍ୟର ଏଲଇଟି ଆଣ୍ଟି-ନକ୍ସାଲ୍ ଫୋର୍ସ ମୁହଁ ମୁହିଁ ହୋଇଥିଲେ | ମମ୍ପା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଟିଗାଲାମେଟା ଜଙ୍ଗଲରେ ସିପିଆଇ(ମାଓବାଦୀ) ଏବଂ ଗ୍ରେହାଉଣ୍ଡସ୍ ମୁହାଁମୁହିଁ ହେବା ପରେ ଗୁଳି ଚାଳନା ଆରମ୍ଭ ହୋଇଥିଲେ | କିଛି ଘଣ୍ଟାର ଗୁଳି ବିନିମୟ ପରେ ୬ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |

ସମ୍ବନ୍ଧିତ ଖବର