ନୂଆଦିଲ୍ଲୀ: ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସୀମା ଶେଷ ହୋଇଯାଇଛି । ତେବେ ଯେଉଁ ପ୍ରାର୍ଥୀମାନେ ନାମାଙ୍କନପତ୍ରରେ ସଠିକ ତଥ୍ୟ ଦେଇନାହାନ୍ତି ସେମାନଙ୍କ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ କମିସନ ପ୍ରସ୍ତୁତ ହେଉଛନ୍ତି।। ସଠିକ ତଥ୍ୟ ପ୍ରଦାନ କରିନଥିବା ପ୍ରାର୍ଥୀମାନଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ସହ ଜୋରିମାନା ଦେବାକୁ ପଡ଼ିବ। ନିର୍ବାଚନ କମିସନଙ୍କ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୫ କ ଅନ୍ତର୍ଗତ ଯଦି କୌଣସି ପ୍ରାର୍ଥୀ ନାମାଙ୍କନ ଫର୍ମ ସହିତ ସତ୍ୟପାଠରେ ସଠିକ ସୂଚନା ଦେଇନଥିଲେ ତଥା ତଥ୍ୟ ଲୁଚାଇଥିବେ, ତାହାହେଲେ ୬ ମାସର ଜେଲ୍ ଦଣ୍ଡ ସହ ଜୋରିମାନା ଦେବାକୁ ପଡ଼ିବ। ଏହା ସହିତ ତାଙ୍କ ନିର୍ବାଚନକୁ ମଧ୍ୟ ରଦ୍ଦ କରାଯାଇ ପାରିବ। । ଆୟୋଗଙ୍କ କହିବା ଅନୁସାରେ ଲୋକ ପ୍ରତିନିଧିଙ୍କ ଦ୍ବାରା ମିଥ୍ୟା ତଥ୍ୟ ଆଇପିସିର ଧାରା ୧୭୭ ଅନ୍ତର୍ଗତ ଅପରାଧ ବିବେଚନା ହେବ।
ନାମାଙ୍କନରେ ତଥ୍ୟ ଲୁଚାଇଲେ ୬ ମାସ ଜେଲ୍ ଓ ଜରିମାନା
/sambad/media/post_attachments/wp-content/uploads/2019/03/tment-can-i-go-to-rehab-instead-of-jail-article-photo-hands-of-prisoner.jpg)