ନୂଆଦିଲ୍ଲୀ: ଯେତେବେଳେ ଶିଶୁଟି ଜନ୍ମ ହୋଇଥିଲା, ସେତେବେଳେ ଶିଶୁକୁ ସୁସ୍ଥ ରଖିବା ପାଇଁ ତାକୁ ସମ୍ପୂର୍ଣ୍ଣ ନିଦ ନେବା ନିହାତି ଦରକାର ବୋଲି ଡ଼ାକ୍ତର କହିଥିଲେ । କିନ୍ତୁ ଜନ୍ମ ହେବାର ୬ମାସ ପରେ ଏବେ ଡ଼ାକ୍ତର ଶିଶୁକୁ ନେଇ ନିଜର ରାୟ ବଦଳାଇଛନ୍ତି । ଏବେ ଶିଶୁଟି ଗଭୀର ନିଦରେ ଶୋଇଲେ ତା’ର ଜୀବନ ମଧ୍ୟ ଯାଇପାରେ ବୋଲି ଡ଼ାକ୍ତର କହିଛନ୍ତି । ଦିଲ୍ଲୀର ଗଙ୍ଗାରାମ୍‌ ହସ୍ପିଟାଲରେ ଭର୍ତ୍ତି ଥିବା ଯଥାର୍ଥ ଦତ୍ତଙ୍କ ମାତା-ପିତା ଶେଷ ଥର ପାଇଁ କେବେ ଭଲ ଭାବରେ ଶୋଇଥିଲେ ବୋଲି ଭୁଲି ଯାଇଛନ୍ତି ।

Advertisment

ଗଭୀର ନିଦରେ ଶୋଇବା ଦ୍ୱାରା ଯଥାର୍ଥଙ୍କ ଶରୀର ବା ଓଠରେ ନୀଳ ରଙ୍ଗର ଗାର ପଡ଼ିଲେ ତାଙ୍କ ଶରୀରରେ ଅମ୍ଲଜାନ କମ ହେଉଥିବା ଜାଣିନେବେ ବୋଲି ଡ଼ାକ୍ତର ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଏପରି ହେବା ଦ୍ୱାରା ଅମ୍ଲଜାନ ନ ପାଇ ଯଥାର୍ଥଙ୍କ ଜୀବନ ଯାଇପାରେ ବୋଲି ଜାଣିବା ପରେ ପରିବାର ଲୋକେ ନ ଶୋଇ ଯଥାର୍ଥଙ୍କ ଧ୍ୟାନ ରଖିବା ଆରମ୍ଭ କରିଛନ୍ତି ।

publive-image jansatta.com

ଡ଼ାକ୍ତରଙ୍କ ଅନୁଯାୟୀ, ଯଥାର୍ଥ କନ୍‌ଜେନ୍‌ଟିଆଲ ସେଣ୍ଟ୍ରାଲ ହାଇପୋଭେଣ୍ଟିଲେସନ ସିଣ୍ଡ୍ରମର ଶିକାର ହୋଇଛନ୍ତି । ଯାହା ଏକ ବିରଳ ରୋଗ । ସାରା ବିଶ୍ୱରେ ଏହି ରୋଗୀଙ୍କ ସଂଖ୍ୟା ୧୦୦୦ରୁ ୧୨୦୦ମଧ୍ୟରେ ରହିଥିବା କହିଛନ୍ତି ଡ଼ାକ୍ତର । ଏହି ରୋଗ ହେଲେ ରୋଗୀକୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଯାହା ପାଇଁ ନିଦରେ ଠିକ୍‌ ଭାବରେ ନିଶ୍ୱାସ ନ ନେଇ ପାଇ ରୋଗୀଙ୍କ ମୃତ୍ୟୁ ଘଟିଥାଏ । ଯଥାର୍ଥଙ୍କ ସମସ୍ୟାକୁ ଦେଖି ଡ଼ାକ୍ତର ତାଙ୍କୁ କୃତ୍ରିମ ଭେଣ୍ଟିଲେସନ ଦେଇଥିବା ଜଣା ପଡ଼ିଛି । ରାତିରେ ଶୋଇବା ସମୟରେ କୁତ୍ରିମ ଭେଣ୍ଟିଲେସନ ସାହାଯ୍ୟରେ ଯଥାର୍ଥଙ୍କ ନିଶ୍ୱାସକୁ ନିୟନ୍ତ୍ରଣ କରାଯାଇଥାଏ ।