ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଆବାସିକ ସୋସାଇଟିରେ ପାର୍କିଂକୁ ନେଇ ଜଣେ ବାସିନ୍ଦା ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ଭୟଙ୍କର ରୂପ ନେଇଛି। ଝଗଡ଼ା ସମୟରେ ଛଅଟି ଗୁଳି ଫୁଟିଥିବା ସୂଚନା ରହିଛି।
ଗ୍ରେଟର ନୋଏଡାର ସେକ୍ଟର ୧୬ବିରେ ଥିବା ରାଧା ସ୍କାଏ ଗାର୍ଡେନରେ ରହୁଥିବା ଗୌରବ ସିସୋଦିଆ ମଦ୍ୟପାନ କରିଥିଲେ। କେବଳ ସେତିକି ନୁହେଁ, ପାର୍କିଂକୁ ନେଇ ଝଗଡ଼ା ସମୟରେ ସେ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ସୁରକ୍ଷାକର୍ମୀ ତାଙ୍କ ଗୁଳି କବଳରୁ ନିଜର ବଞ୍ଚାଇବାରେ ସମର୍ଥ ହୋଇଥିଲେ।
ଏନେଇ ପୁଲିସ କହିଛି ଯେ ସେମାନେ ସିସୋଦିଆଙ୍କ ବିରୋଧ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତର ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଧା ସ୍କାଏ ଗାର୍ଡେନରେ ରହୁଥିବା ଆଶୁତୋଷ ଶ୍ରୀବାସ୍ତବ କହିଛନ୍ତି ଯେ କିଛି ବାସିନ୍ଦା ଏବଂ ସୁରକ୍ଷାକର୍ମୀ କିଛି ଦିନ ଧରି ପାର୍କିଂ ବିବାଦକୁ ନେଇ ଯୁକ୍ତିତର୍କ କରୁଥିଲେ।
ସେ ଆହୁରି ବି କହିଛନ୍ତି ଯେ ସୋମବାର ଦୁଇ ପକ୍ଷ ମଧ୍ୟରେ ତିନିଥର ମାଡ଼ଗୋଳ ଏବଂ ଯୁକ୍ତିତର୍କ ହୋଇଥିଲା। ବିଳମ୍ବିତ ରାତିରେ, ଜଣେ ବାସିନ୍ଦା ଆତ୍ମରକ୍ଷା ନାମରେ ଗୁଳି ଚଳାଇଥିଲେ। ସେ ଛଅ ​​ଥର ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ, କୌଣସି ସୁରକ୍ଷା କର୍ମୀ ଆହତ ହୋଇ ନାହାନ୍ତି। ଏସମୟର ଏକ ଭିଡିଓ ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହୋଇ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/15/rIPoGUQQ97wd7Xa2gBFk.jpg)