ନୂଆଦିଲ୍ଲୀ: ମିଥ୍ୟା ଖବର ପରିବେଶଣ କରିଥିବା ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ୨୦୨୦ ଜାନୁଆରିରୁ ୨୦୨୧ ମଧ୍ୟରେ ୬ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଜି ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କଦ୍ୱାରା ଆଗତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ପ୍ରେସ କାଉନ୍ସିଲ୍ ଅଫ୍ ଇଣ୍ଡିଆର (ପିସିଆଇ) ସୂଚନା ଆଧାରରେ ସେ ଏ କଥା କହିଛନ୍ତି।
ଏହା ବ୍ୟତିରେକେ, ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରସାରଣ କରୁଥିବା ମିଥ୍ୟା ସମାଚାର ସଂଖ୍ୟା ହ୍ରାସ କରାଇବା ଲାଗି ମନ୍ତ୍ରାଳୟ ଗ୍ରହଣ କରିଥିବା ଅନ୍ୟାନ୍ୟ ପଦକ୍ଷେପ ସଂକ୍ରାନ୍ତରେ ମଧ୍ୟ ଡକ୍ଟର ପାତ୍ର ପଚାରିଥିଲେ।
ଏହାର ଉତ୍ତର ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ କହିଲେ,ଗଣମାଧ୍ୟମମାନଙ୍କ ଲାଗି ୧୯୭୮ ମସିହାର ‘ପ୍ରେସ୍ କାଉନ୍ସିଲ୍ ଆକ୍ଟ୍’ ସାମ୍ବାଦିକୀୟ ଆଚରଣ ନିୟମ ପ୍ରଣୟନ କରିଛି। ଏହାକୁ ଉଲ୍ଲଂଘନ କଲେ ‘ପିସିଆଇ’ ସମ୍ପୃକ୍ତ ଗଣମାଧ୍ୟମ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ।
ସେହିପରି, କେବୁଲ୍ ଟେଲିଭିଜନ୍ ନେଟ୍ଓ୍ଵାର୍କ ପାଇଁ ୧୯୯୫ରେ ନିୟମ ପ୍ରଣୟନ କରାଯାଇଛି। ଏହାଛଡ଼ା, ପ୍ରେସ୍ ଇନ୍ଫର୍ମେସନ୍ ବ୍ୟୁରୋ ଅଧୀନରେ ଏକ ‘ଫ୍ୟାକ୍ଟ୍ ଚେକ୍ ୟୁନିଟ୍’ ଗଠନ କରାଯାଇଛି। ଏହି ୟୁନିଟ ଆପଣାଛାଏଁ ଏବଂ ନାଗରିକମାନେ ଅନୁସନ୍ଧାନ କରୁଥିବା ‘ମିଥ୍ୟା ଖବର’ ସଂକ୍ରାନ୍ତରେ ବୁଝାବୁଝି କରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/fn.jpg)