ରାଂଚି : ବିଦ୍ୟୁତ୍ ଆଘାତରେ ଝାଡ଼ଖଣ୍ଡ ଧାନବାଦ ନିକଟରେ ଆଜି ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଶ୍ରମିକମାନେ ବିଦ୍ୟୁତ ଖୁଣ୍ଟ ଉପରକୁ ଉଠାଉଥିବା ସମୟରେ ଉପରେ ଯାଇଥିବା ଏକ ହାଇଟେନସନ ତାର ଉପରେ ଖୁଣ୍ଟ ପଡ଼ିଯାଇଥିଲା। ରାଜ୍ୟ ରାଜଧାନୀ ରାଂଚିଠାରୁ ପ୍ରାୟ ୧୪୫ କିମି ଦୂର ନିଚିତପୁର ରେଳ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି। ଧାନବାଦ ରେଳ ମଣ୍ଡଳ ପ୍ରବନ୍ଧକ କମଲ କିଶୋର ସିହ୍ନା ତୁରନ୍ତ ଘଟଣାସ୍ଥଳକୁ ଯାଇଛନ୍ତି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ସିହ୍ନା କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp