ନୂଆଦିଲ୍ଲୀ: ପିଲାମାନଙ୍କ ଖାଇବା, ପିଇବା, ପାଠପଢ଼ିବାକୁ ନେଇ ସମସ୍ତ ବାପା-ମା’ଙ୍କ ଚିନ୍ତା ରହିଥାଏ। କାରଣ ସେମାନେ ନିଜସ୍ୱ ଟାଇମ୍ ଟେବୁଲ୍ ତିଆରି କରି ଜାଣନ୍ତି ନାହିଁ। କିନ୍ତୁ ନିକଟରେ ଜଣେ ୬ ବର୍ଷର ଶିଶୁ ନିଜ ପାଇଁ ଟାଇମ୍ ଟେବୁଲ୍ ତିଆରି କରିଛି। ଯେଉଁଥିରେ ପାଠପଢ଼ା ସମୟ କେବଳ ୧୫ ମିନିଟ୍ ରଖିଥିବା ବେଳେ ଗୋଟିଏ ଘଣ୍ଟା ଖେଳିବା, ଜେଜେବାପାମାଙ୍କ ସହିତ ଆମ୍ବ ଖାଇବା ଏବଂ ଅନ୍ୟ ସବୁ ମଜାଳିଆ କାମ ପାଇଁ ସମୟ ରହିଛି।
ଟ୍ୱିଟରରେ @Laiiiibaaaa ଦ୍ୱାରା ସେୟାର ହୋଇଥିବା ଏକ ପୋଷ୍ଟ ପ୍ରକୃତରେ ଆପଣଙ୍କୁ ସେହି ପୁରୁଣା ଦିନକୁ ନେଇଯିବ । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି। ଏକ ୬ ବର୍ଷର ଶିଶୁର ଦୈନନ୍ଦିନ କାର୍ଯ୍ୟସୂଚୀକୁ ଏକ ଟାଇମ୍ ଟେବୁଲ୍ରେ ସୁନ୍ଦର ଭାବରେ ତିଆରି କରାଯାଇଛି। ଶିଶୁଟି ତିଆରି କରିଥିବା ଟାଇମ୍ ଟେବୁଲ୍ରେ ଉଲ୍ଲେଖ ରହିଛି ଯେ, ସେ କେତେବେଳେ ଉଠିବ, କେତେବେଳେ ଜଳଖିଆ ଖାଇବ, କେତେବେଳେ ଗାଧୋଇବ, କେତେବେଳେ ଅଧ୍ୟୟନ କରିବ ଏବଂ କେତେବେଳେ ଶୋଇବ ସେନେଇ ସମସ୍ତ ସମୟ ନିଶ୍ଚିତ ହୋଇଛି। କେବଳ ଏତିକି ନୁହେଁ, ମଜାଳିଆ କଥା ହେଉଛି ଦିନସାରା ଭିତରେ ପାଠ ପଢିବା ସମୟ ମାତ୍ର ୧୫ ମିନିଟ୍ ରହିଛି।
My 6 year old cousin made this timetable...Bas 15 minutes ka study time, zindgi tu Mohid jee ra hai 😭🤌 pic.twitter.com/LfyJBXHYPI
— Laiba (@Laiiiibaaaa) June 22, 2023
ସେହି ଭାଇରଲ ପୋଷ୍ଟରେ ୧.୨ ମିଲିୟନରୁ ଅଧିକ ଭ୍ୟୁଜ ରହିଥିବା ବେଳେ ପିଲାଟିର ସୁନ୍ଦର ଟାଇମ୍ ଟେବୁଲ୍କୁ ଦେଖି ଲୋକମାନେ ଅନେକ ମଜାଳିଆ ପ୍ରତିକ୍ରିୟା ରଖିଛନ୍ତି । କମେଣ୍ଟରେ ସେମାନଙ୍କର ପିଲାଦିନର ଦିନକୁ ମନେ ପକାଇଥିବାବେଳେ, ଅନ୍ୟମାନେ ଲେଖିଥିଲେ ଯେ, ସେମାନେ ମଧ୍ୟ କିପରି ଏକ ଦୈନନ୍ଦିନ କାର୍ଯ୍ୟସୂଚୀ ତିଆରି କରୁଥିଲେ ଯେଉଁଠାରେ ପଢ଼ା ସମୟ ବହୁତ କାମ ଥିଲା।