ହଲଦ୍ୱାନି: ଉତ୍ତରଖଣ୍ଡର ହଲଦ୍ୱାନିଠାରେ ଘଟିଛି ଏକ ଅଭାବନୀୟ ଘଟଣା। କାର୍ତ୍ତିକ ଜୋଶୀ ନାମକ ଜଣେ ୬ ବର୍ଷିଅ ବାଳକ ବର୍ଷା ସମୟରେ ଖେଳୁଥିବା ବେଳେ ନିଜ ଘର ପାଖରେ ଥିବା ଏକ ନଳାରେ ଭାସିଯିବା ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘର ଘର ବୁଲି ଖିର ଯୋଗାଉଥିବା ବିପିନ ଚନ୍ଦ୍ର ଜୋଶୀଙ୍କ ପୁଅ କାର୍ତ୍ତିକ ପ୍ରାୟ ୨୦୦ ମିଟର୍ ଭାସି ଯାଇଥିଲେ। ଏହି ଦୁର୍ଘଟଣାରେ ବାଳକଙ୍କ ମୃତ୍ୟୁ ଘଟିଛି।
ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫୋର୍ସକୁ ନୈନିତାଲରୁ ଉଦ୍ଧାର ପାଇଁ ଡକାଯାଇଥିଲା। ମାତ୍ର ସେମାନେ ଖୁବ୍ ବିଳମ୍ବ କରି ଦେଇଥିଲେ। ୨୦୦ ମିଟର ଦୂରରୁ କାର୍ତ୍ତିକଙ୍କ ମୃତ ଶରୀରକୁ ବୁଡ଼ନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
/sambad/media/post_attachments/wp-content/uploads/2018/07/26cbb726-9493-11e8-81b1-0a49ed9acdc8-300x171.jpg)
ହଲଦ୍ୱାନିରେ ୫୦ ଏମ୍ଏମ୍ର ବର୍ଷ ହେବା ଫଳରେ ଅନେକ ନଦୀ, ନାଳ ଓ କେନାଲ ପାଣିରେ ଭରପୂର ରହିଥିଲା। ସୋମବାର ଏହି ପାଣି ରାସ୍ତାକୁ ଉଠି ଆସିବାରୁ ଏହା ପ୍ରାୟ ହଲଦ୍ୱାନିକୁ ଜଳମୟ କରି ପକାଇଥିଲା।
ସଂଧ୍ୟା ସମୟରେ ସେହି ପାଣିରେ ପ୍ରାୟ ଅନେକ କାର୍ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/nallah.jpg)