ନୂଆଦିଲ୍ଲୀ : ଭର୍ଜିନିଆରେ ଜଣେ ୬ ବର୍ଷର ଶିଶୁ କ୍ଲାସରୁମ୍ ଭିତରେ ନିଜ ଶିକ୍ଷୟିତ୍ରୀଙ୍କୁ ଗୁଳି କରିଦେଇଛି। ଶୁକ୍ରବାର ନ୍ୟୁପୋର୍ଟ ନ୍ୟୁଜ୍ ସିଟିର ରିଚ୍ନେକ ଏଲିମେଣ୍ଟାରି ସ୍କୁଲ୍ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିକ୍ଷୟିତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାରେ ଅନ୍ୟ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି। ଶିଶୁଟି ନିଜ ପାଖରେ ଏକ ହ୍ୟାଣ୍ଡଗନ୍ ରଖିଥିଲା। ଶିକ୍ଷୟିତ୍ରୀଙ୍କ ସହ ବଚସା ହେବାପରେ ସେ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ପୁଲିସ ଏହି ୬ ବର୍ଷୀୟ ଛାତ୍ରକୁ ଅଟକ ରଖିଛି। ତେବେ ପୁଲିସ ଅନୁଯାୟୀ ଏହା ଏକ ଦୁର୍ଘଟଣା ନୁହେଁ। ଏହା ଏକ ଯୋଜନାବଦ୍ଧ ଆକ୍ରମଣ। ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ଏବଂ ଶିଶୁଟି ବନ୍ଧୁକ କେଉଁଠାରୁ ଆଣିଲା ସେନେଇ ମଧ୍ୟ ତଦନ୍ତ ହେଉଛି। ତେବେ ପୁଲିସ ଉକ୍ତ ଘଟଣାରେ ଅଧିକ ତଥ୍ୟ ପ୍ରକାଶ କରିନାହିଁ।
ଶିକ୍ଷୟିତ୍ରୀଙ୍କୁ ଗୁଳି କଲା ୬ ବର୍ଷର ଛାତ୍ର
/sambad/media/post_attachments/wp-content/uploads/2023/01/firing-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)