ବେଙ୍ଗାଲୁରୁ ଘରୋଇ ସ୍କୁଲ୍‌ରେ ୬୦ ଛାତ୍ର ସଂକ୍ରମିତ: ଅକ୍ଟୋବର ୨୦ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ

ବେଙ୍ଗାଲୁରୁ: ‌ବେଙ୍ଗାଲୁରୁରେ ଏକ ଘରୋଇ ସ୍କୁଲ୍‌ କୋଭିଡ୍‌ ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି। ଏହି ସ୍କୁଲ୍‌ରେ ୬୦ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କେବଳ ୨ ଜଣଙ୍କଠାରେ କରୋନାର ସବୁ ଲକ୍ଷଣ ଦେଖାଦେଇଛି। ସେମାନଙ୍କୁ ହସ୍ପିଟାଲ୍‌ରେ ରଖି ଚିକିତ୍ସା କରାଯାଉଛି। ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ ରହିଛି। ୭ ଦିନ ପରେ ପୁଣିଥରେ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ୍‌ କରାଯିବ। ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ ଜଣ ତାମିଲନାଡ଼ୁର ଏବଂ ଅନ୍ୟମାନେ କର୍ଣ୍ଣାଟକର। ଜଣେ ଛାତ୍ର ଡାଇରିଆରେ ପୀଡ଼ିତ ହେବାପରେ ସମସ୍ତ ୫୦୦ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ୍‌ ହୋଇଥିଲା। ସେଥି ମଧ୍ୟରୁ ୬୦ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକରେ ସ୍କୁଲ୍‌ ଖୋଲିବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂକ୍ରମଣ ବଢ଼ିଛି।

ସମ୍ବନ୍ଧିତ ଖବର