ମାସକ ମଧ୍ୟରେ କଶ୍ମୀରଘାଟିରେ ଅନୁପ୍ରବେଶ କରିଛନ୍ତି ୬୦ ବିଦେଶୀ ଆତଙ୍କବାଦୀ : ଗୁଇନ୍ଦା ରିପୋର୍ଟ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ବିଶ୍ୱସମୁଦାୟର ସମର୍ଥନ ହାସଲ କରିବାକୁ ବିଫଳ ହୋଇଛି । ଏଥିଲାଗି ପାକିସ୍ତାନ ପୁଣି ଥରେ ଆତଙ୍କବାଦର ଆଶ୍ରୟ ନେଉଛି । ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା ଭାରତର ପ୍ରମୁଖ ଗୁଇନ୍ଦା ସଂସ୍ଥା, ଜମ୍ମୁ ଓ କଶ୍ମୀର ପୁଲିସ ଓ ସେନା ରିପୋର୍ଟ ଦେଇଛନ୍ତି ।

ଜମ୍ମୁ ଓ କଶ୍ମୀର ପୁଲିସ ଡିଜି ଦିଲବାଗ ସିଂ କହିଛନ୍ତି ଯେ ଗତ ୧ ମାସ ମଧ୍ୟରେ କଶ୍ମୀର ଘାଟିକୁ ପ୍ରାୟ ୬୦ ଜଣ ବିଦେଶୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଗୁଇନ୍ଦା ରିପୋର୍ଟ ମିଳିଛି। ଏହି ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନୀ ଓ ଆଫଗାନ ନାଗରିକ ରହିଛନ୍ତି । ଏମାନେ ଘାଟିର ବିଭିନ୍ନ ସ୍ଥାନରେ ରହିଛନ୍ତି ଓ ଗୁପ୍ତରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛନ୍ତି । ଏହା ସହିତ ଘାଟିରେ ଆତଙ୍କବାଦୀ କାଣ୍ଡ ଘଟାଇବାକୁ ଷଡଯନ୍ତ୍ର କରୁଛନ୍ତି । ଅନ୍ୟପକ୍ଷରେ ଏକ ସକାରାତ୍ମକ ଖବର ହେଉଛି ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଲୋକଙ୍କ ଯୋଗଦାନ ସଂଖ୍ୟା କମିଚାଲିଛି । ଗତ ୪୫ ଦିନ ମଧ୍ୟରେ ମାତ୍ର ୨ ଜଣ କଶ୍ମୀରି ଯୁବକ ଆତଙ୍କବାଦୀ ସଂଗଠନରେ ମିଶିଛନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର