ଜମ୍ମୁ ଓ କଶ୍ମୀର: ପୁଞ୍ଚ୍‌ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜଣେ ୬୦ ବର୍ଷୀୟ ବୃଦ୍ଧା ମୃତ, ଅନ୍ୟ ଜଣେ ଆହତ

ଶ୍ରୀନଗର: ଗତରାତିରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ଭାରତୀୟ ପୋ‌‌ଷ୍ଟ୍‌ ଏବଂ ଗାଁମାନଙ୍କରେ ପାକିସ୍ତାନ ସେନା ମୋର୍ଟାର୍ ବର୍ଷଣ କରିବାରୁ ଜଣେ ୬୦ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।

ପୁଞ୍ଚ୍‌ ଜିଲ୍ଲା ପୁଲିସ ମୁଖ୍ୟ ଏସ୍‌ଏସ୍‌ପି ରମେଶ କୁମାର ଅଙ୍ଗ୍ରାଲ୍ କହିଛନ୍ତି, ରାତି ପ୍ରାୟ ୨: ୩୫ରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଳଂଘନ କରାଯାଇଥିଲା। ଏଥିରେ ମେନ୍ଧର ଅନ୍ତର୍ଗତ ଲାଞ୍ଜୋଟ୍ ଅଞ୍ଚଳର ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ସେମାନଙ୍କ ଉପରେ ପାକିସ୍ତାନୀ ସେନା ନିକ୍ଷେପ କରିଥିବା ମୋର୍ଟାର୍ ପଡ଼ିଥିଲା।

ମୃତ ବୃଦ୍ଧା ହେଉଛନ୍ତି ୬୦ ବର୍ଷୀୟ ରେଶମା ବିବି ଏବଂ ଆହତ ଜଣକ ହେଉଛନ୍ତି ୫୮ ବର୍ଷୀୟ ହାକାମ ବି।

ଭାରତ ତରଫରୁ ମଧ୍ୟ ଏହାର ଠିକଣା ଜବାବ ଦିଆଯାଇଥିଲା। ଗୁଳି ବିନିମୟ ଘଟଣାରେ କୌଣସି ସେନା କର୍ମଚାରୀ ଆହତ ହୋଇନାହାନ୍ତି। ରାତି ପ୍ରାୟ ୨: ୪୫ରେ ଗୁଳି ବିନିମୟ ବନ୍ଦ ହୋଇଥିଲା।

 

ସମ୍ବନ୍ଧିତ ଖବର