ବେଙ୍ଗାଲୁରୁ: ପାଣି ପାଟିରୁ ବଞ୍ଚିଗଲା ଜୀବନ । ନଈର ପ୍ରଖର ସୁଅରୁ ଫେରିଲା ଜୀବନ । ଜଳର ଆଁ ଭିତରୁ ପ୍ରାୟ ୧୦ କିଲୋମିଟର ସଂଘର୍ଷ କରି ଶେଷରେ ଜୀବନ ବଞ୍ଚାଇ ଫେରିଲେ ୬୦ ବର୍ଷର ବ୍ୟକ୍ତି । ଏଭଳି ଏକ ଘଟଣା ଆସିଛି କର୍ଣ୍ଣାଟକ ହାଭେରୀ ଜିଲ୍ଲାରୁ ।
କୁମାରାପାଟନମ ଆୟପ୍ପା ସ୍ବାମୀ ମନ୍ଦିର ନିକଟରେ ବହି ଯାଇଥିବା ତୁଙ୍ଗଭଦ୍ରା ନଦୀ ନିକଟରେ ୬୦ ବର୍ଷୀୟ ଜୟାନ୍ନା ଲୁଗା ସଫା କରୁଥିବା ବେଳେ ହଠାତ୍ ତାଙ୍କ ଗୋଡ ଖସିଯାଇଥିଲା । ପାଣିରେ ପଡିଯିବା ପରେ ସେ ଭିତରକୁ ଭିତରକୁ ଭାସି ଯାଉଥିଲେ । ପହଁରି ପହଁରି କୂଳକୁ ଫେରିବାକୁ ଯେତେ ଚେଷ୍ଟା କରୁଥିଲେ ବି ଫେରି ପାରୁନଥିଲେ । ନଦୀରେ ସ୍ରୋତ ଏତେ ପ୍ରଖର ଥିଲା ଏବଂ ପାଣିରେ କରେଣ୍ଟର ମାତ୍ରା ଏତେ ଥିଲା ଯେ ତାଙ୍କୁ ଭିତରକୁ ଭିରତକୁ ଚାଣି ନେଉଥିଲା । ତାଙ୍କୁ ପାଣି ୧୦ କିଲୋମିଟର ଯାଏଁ ଟାଣି ନେଇଥିଲା । ଆଉ ସେ ଦୂର ଗାଁରେ ଯାଇ ଲାଗିଥିଲେ ।
ନଈରେ ପହଁରି ପହଁରି ଥକି ଯିବା ପରେ ସେ ନଈରେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିଥିଲେ । ଯାହାକୁ ଶୁଣି ସ୍ଥାନୀୟ ଲୋକେ ଏକ ମାଛଧରା ଡଙ୍ଗା ଜରିଆରେ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/25/river-2025-07-25-21-10-57.jpg)