ୱାସିଂଟନ୍: ଭିସା ନିୟମର ଉଲ୍ଲଂଘନ କରି ଆମେରିକାରେ ବେଆଇନ ଭାବେ ଅଧ୍ୟୟନ କରୁଥିବା ପ୍ରାୟ ୬୦୦ ଭାରତୀୟ ଛାତ୍ର ଏବେ ଅଟକ ରହିଛନ୍ତି। ଏହି ମାମଲାରେ ୮ ଜଣ ଭାରତୀୟ ଛାତ୍ର ଗିରଫ ମଧ୍ୟ ହୋଇଛନ୍ତି। ଆମେରିକୀୟ ତେଲୁଗୁ ଆସୋସିଏସନ୍ (ଏଟିଏ) କହିବା ଅନୁଯାୟୀ ଆମେରିକା ଆପ୍ରବାସନ (ଇମିଗ୍ରେସନ) ଏବଂ ସୀମାଶୁଳ୍କ ବିଭାଗର ଚଢ଼ଉ ସମୟରେ ୬୦୦ ଭାରତୀୟ ଛାତ୍ର ବେଆଇନ ଭାବେ ରହୁଥିବା ଜଣାପଡ଼ିଥିଲା। ଆବଶ୍ୟକ ଦସ୍ତାବିଜ ନଥାଇ ସେମାନେ ବସବାସ କରୁଥିଲେ। ବିଦେଶୀ ଛାତ୍ରଙ୍କ ବିରୋଧରେ ଦେଶବ୍ୟାପୀ ଚଢ଼ଉ ସମୟରେ ଆମେରିକା ଆପ୍ରବାସନ ବିଭାଗ ଏବଂ ହୋମଲାଣ୍ଡ୍ ସିକ୍ୟୁରିଟି ଅନେକ ତେଲୁଗୁ ଛାତ୍ରଙ୍କୁ ଗିରଫ କରିଥିଲା। ଜାଲିଆତି ପାଇଁ ଆମେରିକାରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୬ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି। ଭିସା ନିୟମର ଉଲ୍ଲଂଘନ କରି ଦେଶରେ ବେଆଇନ ଭାବେ ଅଧ୍ୟୟନରତ ବିଦେଶ ଛାତ୍ରଙ୍କୁ ଧରିବାପାଇଁ ହୋମ୍ଲ୍ୟାଣ୍ଡ୍ ସିକ୍ୟୁରିଟି ବିଭାଗ ଦ୍ବାରା ଫାର୍ମିଂଟନ୍ ହିଲ୍ସରେ ଏକ ନକଲି ବିଶ୍ବବିଦ୍ୟାଳୟ ସୃଷ୍ଟି କରାଯାଇଥିଲା। ଏହାଦ୍ବାରା ସଠିକ୍ ଦସ୍ତାବିଜ ନଥାଇ ଆମେରିକାରେ ରହୁଥିବା ବିଦେଶୀ ଛାତ୍ରମାନଙ୍କୁ ଟାର୍ଗେଟ୍ କରାଯାଇଥିଲା। ଏଟିଏ ପକ୍ଷରୁ କୁହାଯାଇଛି ଯେ ୨୦୧୫ ମସିହାରୁ ବେଆଇନ ଭାବେ ଆମେରିକାରେ ଅଧ୍ୟୟନ କରୁଥିବା ବିଦେଶ ଛାତ୍ରଙ୍କୁ ଧରିବାପାଇଁ ଅପରେସନ୍ ଆରମ୍ଭ ହୋଇଥିଲା। ଏଥିରେ ଛାତ୍ରମାନଙ୍କୁ ସହଯୋଗ କରୁଥିବା ୮ ଜଣଙ୍କ ବିରୋଧରେ ଏବେ ମାମଲା ରୁଜୁ ହୋଇଛି। ଏଟିଏ ପକ୍ଷରୁ କୁହାଯାଇଛି ଯେ ୬୦୦ ଛାତ୍ରଙ୍କ ଗିରଫ ପରୱାନା ଜାରି ହୋଇଛି। ଫାର୍ମିଂଟନ୍ ବିଶ୍ବବିଦ୍ୟାଳୟର ୧୦୦ ଜଣ ଗିରଫ ହୋଇଛନ୍ତି। ୮ ଜଣ ଏଜେଣ୍ଟ୍ଙ୍କୁ ଏବେ ପୁଲିସ ହାଜତରେ ରଖାଯାଇଛି। ଭାରତୀୟ ଦୂତାବାସ ଏହି ମାମଲା ଉପରେ ନଜର ରଖିଛନ୍ତି ଏବଂ ଆମେରିକୀୟ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି।
ପ୍ରବାସୀ ଭିସା ନିୟମ ଉଲ୍ଲଂଘନ: ଆମେରିକାରେ ୬୦୦ ଭାରତୀୟ ଛାତ୍ର ଅଟକ
/sambad/media/post_attachments/wp-content/uploads/2019/02/Untitled-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)