୬୦ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଆମେରିକା

ଓ୍ଵାସିଂଟନ: ବ୍ରିଟେନ୍‌ର ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କୁ ବିଷ ପ୍ରୟୋଗ କରି ହତ୍ୟା ଉଦ୍ୟମ ମାମଲାରେ ଏବେ ଦୁଇ ବିଶ୍ୱ ଶକ୍ତି ଆମେରିକା ଓ ରୁଷ୍‌ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି। ପୂର୍ବରୁ ଜାତିସଂଘରେ ମଧ୍ୟ ବ୍ରିଟେନ୍‌ ସପକ୍ଷରେ ଯାଇ ଆମେରିକା ଏଥି ପାଇଁ ରୁଷ୍‌କୁ ଦାୟୀ କରିଥିବା ବେଳେ ଆଜି ଆମେରିକାରେ ଥିବା ୬୦ଜଣ ରୁଷୀୟ କୂଟନୀତିଜ୍ଞଙ୍କୁ ଟ୍ରମ୍ପ ପ୍ରଶାସନ ବହିଷ୍କାର କରିଛନ୍ତି। ବହିଷ୍କୃତ ସମସ୍ତ କୁଟନୀତିଜ୍ଞ ଗୁଇନ୍ଦାଗିରି କରୁଥିଲେ ବୋଲି ହ୍ଵାଇଟ ହାଉସ୍‌ ପକ୍ଷରୁ କୁହାଯାଇଛି। ୭ଦିନ ମଧ୍ୟରେ ଦେଶ ଛାଡ଼ିିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆମେରିକାରେ ଥିବା ରୁଷର ୫ଟି ସଂଗଠନକୁ ମଧ୍ୟ ରଦ୍ଦ କରିଦିଆଯାଇଛି। ଏପରିକି ଆମେରିକା ସ୍ଥିତ ରୁଷ୍‌ର ବାଣିଜ୍ୟିକ ଦୂତାବାସକୁ ମଧ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ, ଫ୍ରାନ୍ସ ଓ ଜର୍ମାନୀ ମଧ୍ୟ ରୁଷ୍‌ର କୂଟନୀତିଜ୍ଞଙ୍କୁ ସେମାନଙ୍କ ଦେଶରୁ ବହିଷ୍କୃତ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର