ଦିଲ୍ଲୀରେ ୬୧% ମତଦାନ: ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସମସ୍ତ ୭୦ ଆସନରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ଏବଂ ଏହା ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା। ସମୁଦାୟ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ଦିଲ୍ଲୀରେ ୧.୪୭ କୋଟି ଭୋଟର୍‌ ଥିବା ବେଳେ ଏଥର ନିର୍ବାଚନରେ ୬୧ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଆସନ୍ତା ୧୧ ତାରିଖରେ ଏହି ନିର୍ବାଚନର ଫଳାଫଳ ଘୋଷଣା ହେବ। ଚଳିତ ନିର୍ବାଚନରେ ମୁଖ୍ୟତଃ ୩ ଦଳ ଆପ୍‌, ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିଲେ ସୁଦ୍ଧା ଆପ୍‌ ଏବଂ ବି‌ଜେପି ମଧ୍ୟରେ ହିଁ କଡ଼ା ମୁକାବିଲା ହୋଇଛି। ଲୋକମାନଙ୍କୁ ଭୋଟ୍‌ ଦେବାପାଇଁ ଉତ୍ସାହିତ କରିବା ନିମନ୍ତେ ଆଜି ଦିଲ୍ଲୀରେ କେନ୍ଦ୍ର ସରକାର ଛୁଟି ଘୋଷଣା କରିଥିଲେ। ବୟସ୍କଙ୍କ ପାଇଁ ବୁଥ୍‌କୁ ଯିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର