ନୂଆଦିଲ୍ଲୀ: ବିହାରରେ ଏବେ ଏନ୍ସେଫାଲାଇଟିସ୍ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ବିହାରରେ ଏଇଏସ୍ (ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍) ହେତୁ ୪୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଏହି ମୃତ୍ୟୁସଂଖ୍ୟା ୬୨ରେ ପହଞ୍ଚିଛି। କେବଳ ମୁଜାଫରପୁରରେ ଏଇଏସ୍ ହେତୁ ୪୭ ଶିଶୁଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବେ ବିହାରର ମୁଜାଫରପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିବାର ଯୋଜନା ରଖିଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସରକାର ମୁଜାଫରପୁରକୁ ଏକ ସ୍ବତନ୍ତ୍ର ଟିମ୍ ପଠାଇ ସାରିଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ପାଇଁ ସ୍ବତନ୍ତ୍ର ୱାର୍ଡ ସହ ଆଇସିୟୁ ମଧ୍ୟ ଖୋଲାଯାଇଛି।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଏଇଏସ୍ ହେତୁ ଶିଶୁଙ୍କର ମୃତ୍ୟୁ ହେଉନାହିଁ। ଶିଶୁଙ୍କଠାରେ ରକ୍ତ ସର୍କରା କମ୍ ଥିବାରୁ ଏବଂ ପ୍ରବଳ ଗରମ ହେତୁ ସେମାନଙ୍କର ମୃତ୍ୟୁ ହେଉଥିବା ନୀତୀଶ କହିଛନ୍ତି। ବିହାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏହି ସମାନ କଥା କୁହାଯାଇଛି। ଉଲ୍ଲେଖଯୋଗ୍ୟ ପ୍ରତି ବର୍ଷ ଏହି ସମୟରେ ବିହାରରେ ଏଇଏସ୍ ହେତୁ ଅନେକ ଶିଶୁଙ୍କର ପ୍ରାଣହାନି ହୋଇଥାଏ। ସ୍ଥାନୀୟ ଅଞ୍ଚଳରେ ଏହାକୁ ‘ଚମ୍କି ବୁଖାର୍’ ବୋଲି କହନ୍ତି।
ଏନ୍ସେଫାଲାଇଟିସ୍ ମୃତ୍ୟୁସଂଖ୍ୟା ୬୨ ଛୁଇଁଲା
/sambad/media/post_attachments/wp-content/uploads/2019/06/bihar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)