ଭିସ୍ତାରା ବିମାନରେ ଏୟାରହୋଷ୍ଟେସଙ୍କୁ ଅସଦାଚରଣ କରି ଗିରଫ ହେଲେ ୬୨ ବର୍ଷିୟ ଯାତ୍ରୀ

ନୂଆଦିଲ୍ଲୀ : ବିମାନ ମଧ୍ୟରେ ଜଣେ ଏୟାର ହୋଷ୍ଟେସଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ଯାତ୍ରୀ । ଦିଲ୍ଲୀକୁ ଯାତ୍ରା କରୁଥିବା ସମୟରେ ଲକ୍ଷ୍ନୌ-ଦିଲ୍ଲୀ ଏୟାର ଭିସ୍ତାରା ବିମାନରେଏହି ଘଟଣା ଘଟିଥିଲା । ଏ ନେଇ ଏୟାରହୋଷ୍ଟେସ ଜଣକ ଏତଲା ଦେବା ପରେ ଉକ୍ତ ଯାତ୍ରୀଙ୍କୁ ଗିରଫ କରଯାଇଥିବା ଜଣା ପଡ଼ିଛି । ଅଭିଯୁକ୍ତ ଜଣକ ପୁନେରେ ରହୁଥିବା ବେଳେ ତାଙ୍କ ନାମ ରାଜୀବ ବସନ୍ତ ଦାନୀ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ଇନ୍ଦିରା ଗାନ୍ଧୀ ଅର୍ନ୍ତଜାତୀୟ ବିମାନ ବନ୍ଦରର ଏୟାର ଭିସ୍ତାରା ବିମାନ UK997ରେ । ଟର୍ମିନାଲ-୩ରେ ଯେତେବେଳେ ବିମାନରେ ଥିବା ଯାତ୍ରୀମାନେ ବିମାନ ଅବତରଣ ପରେ ବାହାରକୁ ବାହାରୁଥିଲେ ,ଏହି ସମୟରେ ଜଣେ ୬୨ବର୍ଷୀୟ ବୃଦ୍ଧ ଜଣକ ବିମାନ ମଧ୍ୟରେ ଥିବା ଏୟାରହୋଷ୍ଟେସଙ୍କ ସହ ଅସଦାଚରଣ କରିଥିଲେ । ଏହି ଘଟଣା ଘଟିବା ପରେ ଏୟାରହୋଷ୍ଟେସ ଜଣଙ୍କ ତୁରନ୍ତ ଏ ନେଇ ଏତଲା ଦେବା ପରେ ଅଭିଯୁକ୍ତ ରାଜୀବଙ୍କୁ ଧାରା ୩୫୪ ଅନୁଯାୟୀ ଗିରଫ କରାଯାଇଥିଲା ।

NDTV.com

ଏହି ଘଟଣାଟି ମର୍ଚ୍ଚ ୨୪, ୨୦୧୮ରେ ଘଟିଥିଲା ବୋଲି ଜଣାପଡ଼ିଛି । ଆମ ମାନଙ୍କ ପାଇଁ ଯାତ୍ରୀଙ୍କ ସୁରକ୍ଷା ଯେତିକି ଗୁରୁତ୍ୱପୂର୍ଣ୍ଣ ଆମ କର୍ମଚାରୀମାନଙ୍କ ସୁରକ୍ଷା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । କେହି ଯାତ୍ରୀ ଯଦି ଏଭଳି ବ୍ୟବହାର କରିବେ ତାହା କେବେ ବି ସହ୍ୟ କରାଯିବ ନାହିଁ । ସେଥିପାଇଁ ଏହି ଘଟଣାରେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ ବୋଲି ଏୟାର ଭିସ୍ତାରା ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର