ଲାହୋର: ବିଶ୍ବ ସମୁଦାୟ ଆଗରେ ନିଜକୁ ପାକିସ୍ତାନର ସବୁଠାରୁ ବଡ଼ ବନ୍ଧୁ ବୋଲି ଦେଖାଇ ହେଉଥିବା ଚୀନ୍‌ର ଏକ ଜଘନ୍ୟ କାରନାମ‌ା ପଦାକୁ ଆସିଛି। ବିବାହର ପ୍ରଲୋଭନ ଓ ଅର୍ଥ ଲୋଭ ଦେଖାଇ ଚୀନାମାନେ ସହସ୍ରାଧିକ ପାକିସ୍ତାନୀ ଯୁବତୀଙ୍କୁ କିଣିନେଇ ଚୀନ୍‌କୁ ଚାଲାଣ କରିନେବା ପରେ ସେଠାରେ ସେମାନଙ୍କୁ ବଳପୂର୍ବକ ଭାବେ ବେଶ୍ୟାବୃତ୍ତିରେ ନି‌େୟାଜିତ କରୁଥିବା ଜଣାପଡ଼ିଛି। ଏହି କାର୍ଯ୍ୟ ପାଇଁ ଏବେ ଚୀନ୍‌ର ଏକାଧିକ ରୢାକେଟ ପାକିସ୍ତାନରେ ସକ୍ରିୟ ହୋଇ ଉଠିଛନ୍ତି। ନିକଟରେ ପାକିସ୍ତାନ ପୁଲିସ୍‌ ଲାହୋରରେ ସକ୍ରିୟ ଥିବା ଏହିପରି ଏକ ଚୀନା ରୢାକେଟର ପର୍ଦ୍ଦାଫାଶ କରି ୬୨୯ ଜଣ ପାକିସ୍ତାନୀ ଯୁବତୀକୁ ଉଦ୍ଧାର କରିବା ପରେ ଚୀନ୍‌ର ଏହି ଜଘନ୍ୟ କରନ‌ାମା ପଦାକୁ ଆସିଛି।

Advertisment

publive-image Times of India

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଚୀନ୍‌ରେ ଲିଙ୍ଗଗତ ତାରତମ୍ୟ ଏକ ଘୋର ସଙ୍କଟ ସୃଷ୍ଟି କରିଛି। ଚୀନ୍‌ରେ ମହିଳାମାନଙ୍କ ତୁଳନାରେ ପୁରୁଷମାନଙ୍କର ସଂଖ୍ୟା ପ୍ରାୟ ୩୪ ମିଲିୟନରୁ ଅଧିକ ବଢ଼ିଯାଇଛି। ଫଳରେ ଚୀନା ଯୁବକମାନଙ୍କୁ ବିବାହ କରିବାକୁ ଯୁବତୀ ମିଳୁନାହାନ୍ତି। ଅପରପକ୍ଷରେ ପାକିସ୍ତାନୀମାନେ ଏବେ ଘୋର ଦାରିଦ୍ରୢ ମଧ୍ୟ ଦେଇ ଗତି କରୁଛନ୍ତି। ଯାହା ଫଳରେ ପାକିସ୍ତାନୀ ଯୁବତୀମାନଙ୍କର ବିବାହ ବୟସ ଗଡ଼ି ଯାଉଥିବା ବେଳେ ସେମାନେ ବିବାହ କରିପାରୁ ନାହାନ୍ତି। ଆଉ ପାକିସ୍ତାନୀମାନଙ୍କର ଏଇ ଅସହାୟତାର ଭରପୂର ସୁଯୋଗ ଉଠାଉଛନ୍ତି ଚୀନାମାନେ। ବିବାହର ପ୍ରଲୋଭନ ଓ ଅର୍ଥଲୋଭ ଦେଖାଇ ଚୀନାମାନେ ସହସ୍ରାଧିକ ପାକିସ୍ତାନୀ ଯୁବତୀଙ୍କୁ କିଣିନେଇ ଚୀନ୍‌କୁ ଚାଲାଣ କରିନେବା ପରେ ସେଠାରେ ସେମାନଙ୍କୁ ଭରପୂର ଉପଭୋଗ କରି ସାରିବା ପରେ ସେମାନଙ୍କୁ ବଳପୂର୍ବକ ଭାବେ ବେଶ୍ୟାବୃତ୍ତିରେ ନି‌େୟାଜିତ କରୁଛନ୍ତି।