କାବୁଲ: ଶନିବାର ରାତିରେ ଏକ ଗହଳିପୂର୍ଣ୍ଣ ବିବାହ ପାର୍ଟିରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିବାରୁ ୬୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୧୮୨ ଜଣ ଲୋକ ଆହତ ହୋଇଛନ୍ତି ବୋଲି ଅଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ରବିବାର ପ୍ରତ୍ୟୁଷରେ ନିଶ୍ଚିତ କରିଛନ୍ତି।
ପୂର୍ବରୁ ଅସମର୍ଥିତ ସୂତ୍ରରୁ ପ୍ରକାଶ ପାଇଥିଲା ଯେ ଏହି ଘଟଣାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୯୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଶନିବାର ସ୍ଥାନୀୟ ସମୟ ରାତି ପ୍ରାୟ ୧୦: ୪୦ ମିନିଟରେ କାବୁଲର ପୋଲିସ ଜିଲ୍ଲା-୬ରେ ଥିବା ବିବାହ ମଣ୍ଡପ ‘ଶାହର୍-ଏ-ଦୁବାଇରେ ବିସ୍ଫୋରଣ ସଙ୍ଗଠିତ ହୋଇଥିବା କଥା ମୁଖପାତ୍ର ନସ୍ରତ୍ ରହିମି ଟୁଇଟର୍ରେ ଲେଖିଛନ୍ତି।
Image Source: Zee Newsମୃତାହତମାନଙ୍କୁ ପୁଲିସ ଓ କାବୁଲ ଆମ୍ବୁଲାନ୍ସ୍ ଯୋଗେ ଡାକ୍ତରଖାନାମାନଙ୍କୁ ନିଆଯାଇଛି। ବିସ୍ଫୋରଣର ପ୍ରକାର ଓ ବାସ୍ତବ ମୃତାହତଙ୍କ ସଂଖ୍ୟା ପରେ ଗଣମାଧ୍ୟମଙ୍କୁ ଜଣାଇଦିଆଯିବ ବୋଲି ସେ କହିଛନ୍ତି।
ଦୁଇ ତାଲାବିଶିଷ୍ଟ ମଣ୍ଡପର ମଞ୍ଚ ନିକଟରେ ବିସ୍ଫୋରଣ ଘଟିବା ସମୟରେ ବହୁଲୋକ ଉପସ୍ଥିତ ଥିଲେ।
ସମ୍ପୃକ୍ତ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରି ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/kabul.jpg)