କାବୁଲ: ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ବଡ଼ଧରଣର ଭୂମିକମ୍ପ ଯୋଗୁଁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ରବିବାର ମଧ୍ୟରାତ୍ରି ୧ଟାବେଳେ ଭୂମିକମ୍ପ ଆଫଗାନିସ୍ତାନର ଚତୁର୍ଥ ବୃହତ ସହର ମଜାର-ଏ-ସରିଫଠାରେ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ଥିବା ଆମେରିକାର ଭୂତାତ୍ତ୍ବିକ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି। ଏନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି, ଯାହା ବହୁ ସଂଖ୍ୟାରେ ମୃତାହତକୁ ଦର୍ଶାଉଛି। ତାଲିବାନ ସରକାରର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆହତଙ୍କ ସଂଖ୍ୟା ୫୩୦ ଦର୍ଶାଯାଇଛି। ବଲ୍‌ଖ ପ୍ରଦେଶର ତାଲିବାନ ପ୍ରବକ୍ତା ହାଜି ଜେଦ୍‌ କହିଛନ୍ତି, ଶୋଲାଗାରା ଜିଲ୍ଲାରେ ବହୁସଂଖ୍ୟକ ଲୋକ ଆହତ ହୋଇଛନ୍ତି। ବଡ଼ ବଡ଼ କୋଠାରୁ ଲୋକମାନେ ପଡ଼ିଯିବାରୁ ଆହତ ହୋଇଥିବା ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଭୂମିକମ୍ପ ଝଟ୍‌କା ଅନୁଭୂତ ହେବା ପରେ ଲୋକମାନେ ଭୟରେ ବାହାରକୁ ଦୌଡ଼ି ପଳାଇଥିଲେ।

Advertisment