ଜନ୍ମ ହେବା ପରେ ଫୋନ୍‌ ବୁଥରେ ନିଜ ପୁଅକୁ ଛାଡ଼ି ଦେଲା ମା’, ୬୪ ବର୍ଷ ପରେ ମା’କୁ ଖୋଜି ପାଇଲା ପୁଅ

ଯଦି ଜଣେ ଅବିବାହିତା ସନ୍ତାନ ଜନ୍ମ ଦିଏ ତା’ହେଲେ ତାକୁ ଅନେକ ଟାହିଟାପରା ଶୁଣିବାକୁ ପଡ଼ିଥାଏ । ଅନ୍ୟପଟେ ଲୋକଲଜ୍ଜାରୁ ରକ୍ଷା ପାଇବା ପାଇଁ ସେ ଚରମ ପଦକ୍ଷପ ନେଇଥାଏ । ଜଣେ ୧୮ ବର୍ଷୀୟା ଝିଅ ବିବାହ ପୂର୍ବରୁ ମା’ ହୋଇ ଯାଇଥିଲେ । ଫଳରେ ଲୋକଲଜ୍ଜାରୁ ବର୍ତ୍ତିବା ଓ ନିଜର ପୁରୁଷ ବନ୍ଧୁ କଥାରେ ପଡ଼ି ସେ ନିଜର ନବଜାତ ପୁତ୍ର ସନ୍ତାନକୁ ଏକ ଟେଲିଫୋନ୍‌ ବୁଥରେ ଛାଡ଼ି ପଳାଇଥିଲେ । କିନ୍ତୁ ଦୀର୍ଘ ୬୪ ବର୍ଷ ପରେ ପୁଅ ନିଜ ମା’କୁ ଖୋଜି ପାଇଛି। ଏହା କିପରି ସମ୍ଭବ ?

ଏହି ଘଟଣା ଜାନୁୟାରି ୧, ୧୯୫୪ ମସିହାର ଘଟଣା । ଶୀତୁଆ ସକାଳରେ ଦୁଇଜଣ ଲୋକ ରାସ୍ତାରେ ଯାଉଥିବା ବେଲେ ଟେଲିଫୋନ ବୁଥ୍‌ରେ ଏକ ନବଜାତ ଶିଶୁ ବକ୍ସ ଭିତରେ ଥିବାର ଦେଖିଲେ । ପାଖକୁ ଯାଇ ଦେଖିଲେ ଯେ ଦୁଇମାସର ଶିଶୁ କମ୍ବଳରେ ଘୋଡାଇ ହୋଇ ଶୋଇଛି । ପାଖରେ ଏକ କ୍ଷୀର ବୋତଲ ଥୁଆ ହୋଇଛି । ଧୀରେ ଧୀରେ ଖବର ପ୍ରଚାର ହେବାରେ ଲାଗିଲା ଓ ଖବର କାଗଜରେ ମଧ୍ୟ ବାହାରିଲା। ଲୋକେ ଶିଶୁଟିକୁ ‘ବୁଥ୍‌ ବୟ’ ବୋଲି କହିବାକୁ ଲାଗିଲେ । ଏହା ପରେ ଷ୍ଟାଲେନ ଓ ଭିଭିନ ଡେନିସ ନାମକ ଦମ୍ପତି ଶିଶୁଟିକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ ଏବଂ ତାର ନା ଦେଇଥିଲେ ଷ୍ଟିଭ । ବର୍ତ୍ତମାନ ଷ୍ଟିଭ ବିବାହ କରି ତାଙ୍କର ଦୁଇଟି ସନ୍ତାନ । ଯେତେବେଳେ ତାଙ୍କ ସନ୍ତାନ ବାପାଙ୍କ ଜନ୍ମ କାହାଣୀ ବିଷୟରେ ଶୁଣିବାକୁ ପାଇଲେ ସେ ତାଙ୍କ ମା’ ଓ ତାଙ୍କ ପରିବାରକୁ ଖୋଜିବାକୁ ନିଷ୍ପତ୍ତି ନେଲେ ।

MSN.com

ଏହା ପରେ ଷ୍ଟିଭଙ୍କ ପିଲାମାନେ ନିଷ୍ଟୋର ଡଟ୍‌ କମ୍‌ରେ ପିତାଙ୍କ ଡିଏନଏ ଟେଷ୍ଟ କରାଇଥିଲେ । ତିନିମାସ ପରେ ତାଙ୍କ ପାଖକୁ ଏକ ମେଲ୍‌ ଆସିଥିଲା ଏହି ମେଲ୍‌ ତାଙ୍କର କୌଣସି ସମ୍ପର୍କୀୟ କରିଥିଲେ । ଏଥିରେ ଲେଖାଥିଲା ଆମ ଘରେ କଥା ହେବାରେ ଆମେ ଶୁଣିଛୁ କି ବୁଥରେ ଥିବା ପିଲା ଆମ ବଂଶର। କିନ୍ତୁ ଘର ଲୋକେ ଏହି କଥାର ସତ୍ୟତା ଆମକୁ କହି ନ ଥିଲେ । ଏହା ଭିତରେ ଷ୍ଟିଭ ତାଙ୍କ ସାବତ ଭଉଣୀଙ୍କ ସହ ଦେଖା ହୋଇଥିଲେ ଓ ତାଙ୍କ ମା’ ଜୀବିତ ଥିବା ଜାଣିବାକୁ ପାଇଥିଲେ । ଏହା ପରେ ଷ୍ଟିଭ ଜାଣିବାକୁ ପାଇଥିଲେ କି ତାଙ୍କର ଜନ୍ମ ପରେ ତାଙ୍କ ଜୈବିକ ପିତା ତାଙ୍କ ମା’ଙ୍କୁ କହିଥିଲେ କି ତୁମେ ଏ ପିଲାଟିକୁ ଛାଡ ନ ହଲେ ମୁଁ ତମକୁ ବିବାହ କରିବି ନାହିଁ । ଏହା ପରେ ସେ ତାଙ୍କ ସନ୍ତାନକୁ ଛାଡି ଦେଇଥିଲେ। ପରେ ତାଙ୍କ ମା’ଙ୍କ ପୁରଷ ବନ୍ଧୁ ମଧ୍ୟ ତାଙ୍କୁ ଛାଡି ପଳାଇଥିଲେ ଓ ତା ପରେ ଷ୍ଟିଭଙ୍କ ମା’ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଓ ବର୍ତ୍ତମାନ ତାଙ୍କର ଦୁଇଟି କନ୍ୟା ।

ସମ୍ବନ୍ଧିତ ଖବର