ତାଲିବାନ ଭୟରେ ଆମେରିକାର ସାମରିକ ବିମାନରେ ଚଢ଼ିଗଲେ ୬୪୦ଆଫଗାନବାସୀ, ପରେ କ୍ରୁ ସଦସ୍ୟ ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ଏବେ ଆଫଗାନବାସୀ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ତାଲିବାନ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ପ୍ରତି ଅଧିକ ବିପଦ ଥିବାରୁ ଲୋକେ ତୁରନ୍ତ ଆଫଗାନିସ୍ତାନରୁ ଅନ୍ୟ ଦେଶକୁ ଚାଲିଯିବାକୁ ଚେଷ୍ଟା କରୁଛନ୍ତି, ଯାହାର ଜ୍ବଳନ୍ତ ଦୃଶ୍ୟ କାବୁଲ ବିମାନବନ୍ଦରରେ ଦେଖିବାକୁ ମିଳିଛି। ଆଫଗାନିସ୍ତାନକୁ ଛାଡ଼ିବାକୁ ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିବା ବେଳେ ତୁରନ୍ତ ଦେଶ ଛାଡ଼ିବା ପାଇଁ ୬୪୦ଆଫଗାନବାସୀ ଆମେରିକାର ସାମରିକ ବିମାନରେ ଚଢ଼ିଯାଇଥିବା ଦେଖାଯାଇଛି।

ବିମାନ ଭିତରର ଏକ ଫଟୋ ଏବେ ଭାଇରାଲ ହୋଇଛି, ଯେଉଁଥିରେ ଏକାଧିକ ଲୋକ ତଳେ ବସିଥିବାର ଦେଖାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଲା ବିମାନରେ ଦରକାରଠାରୁ ଅଧିକ ଲୋକ ପ୍ରବେଶ କରିଥିଲେ ମଧ୍ୟ କ୍ରୁ ସଦସ୍ୟ ପରିସ୍ଥିତିକୁ ବୁଝି ସେମାନଙ୍କୁ ବାହାର କରିନଥିବା ସୂଚନା ମିଳିଛି। ସମସ୍ତ ୬୪୦ଜଣଙ୍କୁ ନେଇ ବିମାନ କତାରକୁ ଉଡ଼ାଣ କରିଥିବା ଜଣାପଡ଼ିଛି।

Afghanistan crisis: Striking visual shows over 600 Afghans packed inside US military plane to flee Taliban takeover - Times of India
Times of India

ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବାର ଗୋଟିଏ ଦିନ ପରେ କାବୁଲ ବିମାନବନ୍ଦରରେ ଲୋକମାନେ ଦେଶ ଛାଡି ପଳାଇବାକୁ କରୁଥିବା ଉଦ୍ୟମର ଦୃଶ୍ୟ ସ‌ାରା ବିଶ୍ବକୁ ଥରାଇ ଦେଇଛି। ଗତକାଲି ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦୁଇଜଣ ଆଫଗାନ ବିମାନର ଚକାରେ ନିଜକୁ ବାନ୍ଧି ଅନ୍ୟ ଦେଶକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିମାନ ଉଡ଼ାଣ କରିବା ପରେ ତଳକୁ ଖସିପଡ଼ି ସେମାନଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର