ପାକିସ୍ତାନରେ ଗ୍ରୀଷ୍ମ ପ୍ରବାହ: ୬୫ ମୃତ

ଇସଲାମାବାଦ: ପାକିସ୍ତାନର କରାଚୀ ସହରରେ ବିଗତ ୩ ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏଥିରେ ଅନ୍ୟୁନ ୬୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଲଗାତାର ତାପମାତ୍ରା ବୃଦ୍ଧି ପାଉଥିବାରୁ ଆଗକୁ ଭୟଙ୍କର ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ମିଳିଥିବା ଖବର ମୁତାବକ, ଗତକାଲି ପାକିସ୍ତାନର ବିଭିନ୍ନ ସହରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ଥିଲା। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କ ସୂଚନା ଜାରି କରାଯାଇଛି।

ସମ୍ବନ୍ଧିତ ଖବର