କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ କର୍ଣ୍ଣାଟକର ୬୫ବର୍ଷୀୟ ବୃଦ୍ଧ, ପଞ୍ଜାବରେ ପୁଣି ୫କରୋନା ରୋଗୀ ଚିହ୍ନଟ

ଭାରତରେ ମୃତ୍ୟୁ ସଂଖ୍ୟା ୧୮

ନୂଆଦିଲ୍ଲୀ: ଶୁକ୍ରବାର ଦିନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ କର୍ଣ୍ଣାଟକର ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି | ବୃଦ୍ଧଙ୍କ ମୃତ୍ୟୁ ପରେ କର୍ଣ୍ଣାଟକରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଥିବା ବେଳେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି | କର୍ଣ୍ଣାଟକର ତୁମ୍କୁରୁରେ ରହୁଥିବା ୬୫ବର୍ଷୀୟ ବାସିନ୍ଦା ଶୁକ୍ରବାର ଦିନ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି। ତୁମ୍କୁରୁ ଡେପୁଟି କମିଶନର ରାକେଶ କୁମାର କହିଛନ୍ତି ଯେ, ମୃତ ବ୍ୟକ୍ତି ମାର୍ଚ୍ଚ ୫ରେ ଟ୍ରେନ ଯୋଗେ ଦିଲ୍ଲୀ ଯାଇ ୧୧ମାର୍ଚ୍ଚରେ ତୁମ୍କୁରୁ ଫେରିଥିଲେ। ସେହି ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଚିହ୍ନଟ କରାଯାଉଛି,  ଯାହା ଦ୍ୱାରା ସେମାନଙ୍କୁ ସଙ୍ଗରୋଧରେ ରଖା ଯାଇପାରିବ। ସେ କହିଛନ୍ତି ଯେ, ରେଳବାଇ ସାହାଯ୍ୟରେ ସେମାନଙ୍କ ସହ ଯାତ୍ରା କରିଥିବା ଲୋକଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି।

ସେହି ଭଳି ଭାବରେ ପଞ୍ଜାବରେ ୫ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ରହିଛି | ପଞ୍ଜାବ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିଛି ଯେ, କୋଭିଡ -୧୯ର ୫ଟି ନୂତନ ସୁନିଶ୍ଚିତ ମାମଲା ସମଗ୍ର ରାଜ୍ୟରୁ ଆସିଥିବା ବେଳେ ହୋସିଆରପୁରରୁ ୩ଜଣ, ମୋହାଲିରୁ ଜଣେ ଏବଂ ଜଲନ୍ଦରରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୫ଟି ନୂତନ ସୁନିଶ୍ଚିତ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି |

65 year old man who had tested positive Coronavirus passes away in Tumakuru Karnataka
oneindia.com

ସୂଚନା ମୁତାବକ, ଶୁକ୍ରବାର ଦିନ ଦେଶରେ କରୋନା ଭୂତାଣୁ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୭୦୦ରୁ ଅଧିକ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ମୋଟ ୭୨୪ଟି କରୋନା ମାମଲା ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ୬୪୦ଜଣ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୬୬ରୋଗୀ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ସହ କରୋନା ଯୋଗୁଁ ଭାରତରେ ୧୮ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର