ଶ୍ରୀନଗର: ପାରିମ୍ପୋରା ଅଞ୍ଚଳରେ ୬୫ ବର୍ଷିୟ ଦୋକାନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ; ତଲାସ ଅଭିଯାନ ଜାରି

ଶ୍ରୀନଗର: ଗୁରୁବାର ରାତିରେ ଶ୍ରୀନଗର ଉପକଣ୍ଠସ୍ଥିତ ପାରିମ୍ପୋରା ଅଞ୍ଚଳରେ କେତେକ ଅଜ୍ଞାତ ଆତଙ୍କବାଦୀ ଗୁଳି ଚଳାଇ ଜଣେ ୬୫ ବର୍ଷିୟ ଦୋକାନୀଙ୍କୁ ହତ୍ୟା କରିଛନ୍ତି। ଦୋକାନ ଖୋଲା ରଖିଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି କୁହାଯାଉଛି।

ପରିସ୍ଥିତି ସମୀକ୍ଷା କରିବା ନିମନ୍ତେ ସେନାମୁଖ୍ୟ ବିପିନ ରାଓ୍ଵତ୍‌ଙ୍କ କଶ୍ମୀର ଗସ୍ତ ପୂର୍ବରୁ ଏହି ସାଧାରଣ ନାଗରିକଙ୍କୁ ହତ୍ୟା କରାଯିବା ହେଉଛି ସଦ୍ୟତମ ଘଟଣା।

ଜମ୍ମୁ ଓ କଶ୍ମୀର ପୁଲିସ କହିବା ଅନୁସାରେ, ଗୁଳିଚୋଟ ଖାଇଥିବା ସେ ନାଗରିକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଲା।

Image Courtesy of NDTV

ଏ ସଂକ୍ରାନ୍ତରେ ଜମ୍ମୁ ଓ କଶ୍ମୀର ପୁଲିସ ପୂର୍ବରୁ ଟୁଇଟ୍‌ କରି କହିଥିଲା: ଶ୍ରୀନଗରର ପାରିମ୍ପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇଛନ୍ତି। ସ୍ଥାନୀୟ ଡାକ୍ତରଖାନାରେ ସେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳକୁ କର୍ଡନ୍‌ କରାଯାଇଥିଲା।

ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ନିରାପତ୍ତା ବଳ ତଲାସ ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧିତ ଖବର