ରୋଗୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଡେଙ୍ଗୁରୁ ଆରୋଗ୍ୟ ପାଇଁ ୫୦୦ ମିଲିଗ୍ରାମ୍‌ ବଦଳରେ ୬୫୦ ମିଲିଗ୍ରାମ୍‌ ପାରାସିଟାମଲ୍‌ ଖାଅ

ଡେରାଡୁନ୍‌: ସାଧାରାଣ ପାନ ୫୦୦ ମିଲିଗ୍ରାମ୍‌ ପରିବର୍ତ୍ତେ ୬୫୦ ମିଲିଗ୍ରାମ୍‌ର ପାରାସିଟାମଲ୍‌ ଖାଆନ୍ତୁ- ଡେଙ୍ଗୁ ଆକ୍ରାନ୍ତ ରୋଗୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ।

ଏ ବର୍ଷ ଏଇ ମଶାବାହୀ ରୋଗ ଉତ୍ତରାଖଣ୍ଡରେ ମହାମାରୀ ପାଲଟିଛି ବୋଲି ହୋଇଥିବା ଅଭିଯୋଗ ଉପରେ ବୁଧବାର ଦିନ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ରାଓ୍ଵତ। ରାଜ୍ୟରେ ୪, ୮୦୦ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଗଣମାଧ୍ୟରେ ପ୍ରକାଶ ପାଇଛି।

ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଲେ: ଉତ୍ତରାଖଣ୍ଡରେ ମହାମାରୀର ପାଲଟିବା ଅନୁପାତ ଠାରୁ ଡେଙ୍ଗୁ ଢେର ଦୂରରେ ଅଛି। ୬୫୦ ଗ୍ରାମ୍‌ ପାରାସିଟାମଲ୍‌ ଖାଇ ବିଶ୍ରାମ ନେଲେ ଡେଙ୍ଗୁ ଭଲ ହୋଇଯିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଲେ କି, ଏ ବର୍ଷ ରାଜ୍ୟରେ ଡେଙ୍ଗୁ ଯୋଗୁଁ ମାତ୍ର ୬ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଡେରାଡୁନ୍‌ରେ ୪ ଜଣ ଏବଂ ହଲ୍‌ଦ୍ୱାନିରେ ଦୁଇ ଜଣ।

ପୁଣି କୌଣସି ମୃତ୍ୟୁ ସରକାରୀ ଡାକ୍ତରଖାନାରେ ହୋଇ ନାହିଁ ବୋଲି ରାଓ୍ଵତ୍‌ ଦାବି କରିଛନ୍ତି।

ସ୍ୱାଇନ୍‌ ଫ୍ଲୁ ସଂକ୍ରାନ୍ତରେ ରାଓ୍ଵତ୍‌ କହିଲେ କି, ସମଗ୍ର ବିଶ୍ୱରେ ଡାକ୍ତରମାନେ ମାନି ନେଇଛନ୍ତି କି, ଏହା ଗୋଟିଏ ପ୍ରକାରଣ ଇନ୍‌ଫ୍ଲୁଏଞ୍ଜା। ହାତ ଧୋଇଲେ ଏବଂ ମୁଖା ପିନ୍ଧିବା ସହ ଅନ୍ୟାନ୍ୟ ପ୍ରତିଷେଧାତ୍ମକ ପନ୍ଥା ଅବଲମ୍ବନ କଲେ ଏହାକୁ ଏଡ଼ାଇ ହେବ।

ସମ୍ବନ୍ଧିତ ଖବର