ନୂଆଦିଲ୍ଲୀ: ଗତ ପାଞ୍ଚବର୍ଷରେ ଦେଶର ବିଭିନ୍ନ ସ୍ଥାନରେ ୬୫୫ଟି ‘ଏନ୍କାଉଣ୍ଟର ମୃତ୍ୟୁ’ ଘଟିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ସଦସ୍ୟ ବରୁଣ ଗାନ୍ଧିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶ ସମେତ ସାରା ଦେଶରେ ଜାନୁଆରି ୧, ୨୦୧୭ରୁ ଅଦ୍ୟାବଧି ପୁଲିସ ଏନ୍କାଉଣ୍ଟରରେ ୬୫୫ ଜଣଙ୍କ ମୃତ୍ୟୁ ଘଟିଛି। ସେଥି ମଧ୍ୟରୁ ଛତିଶଗଡ଼ରେ ୧୯୧ଟି ଏନ୍କାଉଣ୍ଟର ଘଟିଥିବା ବେଳେ ତା’ ପଛକୁ ଉତ୍ତରପ୍ରଦେଶରେ ୧୧୭, ଆସାମରେ ୫୦, ଝାଡ଼ଖଣ୍ଡରେ ୪୯, ଓଡ଼ିଶାରେ ୩୬, ଜମ୍ମୁ-କାଶ୍ମୀରରେ ୩୫, ମହାରାଷ୍ଟ୍ରରେ ୨୬, ବିହାରରେ ୨୨, ହରିୟାଣାରେ ୧୫ ଓ ତାମିଲନାଡ଼ୁରେ ୧୪ଟି ଏନ୍କାଉଣ୍ଟର ଘଟିଛି। ତା’ ପଛକୁ ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ୧୩ଟି ଲେଖାଏ ଏନ୍କାଉଣ୍ଟର ଘଟିଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ମେଘାଳୟରେ ୯ଟି ଲେଖାଏ ଏବଂ ରାଜସ୍ଥାନ ଓ ଦିଲ୍ଲୀରେ ୮ଟି ଲେଖାଏ ଏନ୍କାଉଣ୍ଟର ମୃତ୍ୟୁ ଘଟିଛି। ତେବେ କେତୋଟି ଘଟଣାରେ ତଦନ୍ତ କରାଯାଇ ପୁଲିସକୁ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, କେନ୍ଦ୍ର ପାଖରେ ଏହାର କିଛି ରେକର୍ଡ ନାହିଁ କାରଣ ଆଇନଶୃଙ୍ଖଳା ହେଉଛି ରାଜ୍ୟର ବିଷୟ।
୫ ବର୍ଷରେ ୬୫୫ ଏନ୍କାଉଣ୍ଟର ମୃତ୍ୟୁ ଘଟିଛି: କେନ୍ଦ୍ର
/sambad/media/post_attachments/wp-content/uploads/2022/02/5646gd4654dg654dg6gd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)