ଶିଲଂ: ବିଜେପି ନେତୃତ୍ୱାଧୀନ ମେଘାଳୟରେ ୧୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ହଠାତ୍ ଇସ୍ତଫା ଦେଇଛନ୍ତି। ଅଥାତ୍ ୬୬ ପ୍ରତିଶତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଏନପିପି, ୟୁଡିପି, ଏଚଏସପିଡି ଏବଂ ବିଜେପିର ମନ୍ତ୍ରୀ ଅଛନ୍ତି। ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଏନପିପିର ଆମ୍ପାରେନ୍ ଲିଙ୍ଗଡୋହ, କମିଙ୍ଗ୍ନ ୟାମ୍ବନ୍, ରକ୍କମ୍ ଏ. ସାଙ୍ଗମା ଏବଂ ଆବୁ ତାହିର ମଣ୍ଡଳ ଅଛନ୍ତି।

Advertisment

ସେହିପରି ୟୁଡିପିର ପଲ ଲିଙ୍ଗଡୋହ ଏବଂ କିରମେନ୍ ଶାଇଲା ରହିଛନ୍ତି। ଏଚଏସପିଡିପିର ଶାକଲିୟାର ୱାର୍ଜରୀ ଏବଂ ବିଜେପିର ଏ.ଏଲ ହେକ୍ ଅଛନ୍ତି। ମେଘାଳୟରେ କ୍ୟାବିନେଟ୍ ପୁନର୍ଗଠନ ପୂର୍ବରୁ ଏହା ଘଟିଛି।

ବର୍ତ୍ତମାନ ମେଘାଳୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି ସରକାର ଅଛନ୍ତି। ସରକାରଙ୍କର ନେତୃତ୍ୱ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ନେଇଛନ୍ତି। ଏହି ସରକାରରେ ଅନେକ ଦଳ ସାମିଲ ଅଛନ୍ତି। ଏହି ସରକାର ମେଘାଳୟ ଡେମୋକ୍ରାଟିକ୍ ଆଲାଏନ୍ସ ନାମକ ଏକ ମେଣ୍ଟ ଉପରେ ଆଧାରିତ। ଏହି ମେଣ୍ଟ ୨୦୨୩ ବିଧାନସଭା ନିର୍ବାଚନ ପରେ ଗଠିତ ହୋଇଥିଲା।

୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ମୋଟ ୧୨ଜଣ ମନ୍ତ୍ରୀ ଅଛନ୍ତି। ମନ୍ତ୍ରୀ ସଂଖ୍ୟା ଏହାଠାରୁ ଅଧିକ ହୋଇପାରିବେ ନାହିଁ। ସେଥିମଧ୍ୟରୁ ୮ ଜଣ ଇସ୍ତଫା ଦେଇଛନ୍ତି। ଫଳରେ ଏବେ ସରକାରରେ ୪ ଜଣ ମନ୍ତ୍ରୀ ଅଛନ୍ତି।


କ୍ୟାବିନେଟ୍ ବିସ୍ତାର ପୂର୍ବରୁ ଏହା କରାଯାଇଥିଲା ଯାହା ଦ୍ୱାରା କିଛି ନୂତନ ମୁହଁକୁ କ୍ୟାବିନେଟ୍ରେ ସାମିଲ କରାଯାଇପାରିବ। ନୂତନ ମନ୍ତ୍ରୀମାନେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ରାଜଭବନରେ ଶପଥ ଗ୍ରହଣ କରିବେ। ମେଘାଳୟରେ କ୍ୟାବିନେଟ୍ ଅଦଳବଦଳ ପଛରେ ଅନେକ କାରଣ ଅଛି। ସୂତ୍ର ଅନୁସାରେ, ମେଘାଳୟ ଗଣତାନ୍ତ୍ରିକ ମେଣ୍ଟରେ ସନ୍ତୁଳନ ରଖିବା ଏବଂ ସମସ୍ତ ବର୍ଗ ପ୍ରତିନିଧିତ୍ୱ ପାଇବା ପାଇଁ ସହଯୋଗୀ ଦଳଗୁଡ଼ିକୁ ସନ୍ତୁଷ୍ଟ କରିବା ପାଇଁ ଏହି ଅଦଳବଦଳ କରାଯାଉଛି।

ସୂତ୍ର ଅନୁସାରେ, ଏନପିପି ବିଧାୟକ ଭାଲାଡମିକି ଶିଲା, ସୋସ୍ଥେନସ୍ ସୋହତୁନ୍, ବ୍ରେନିଂ ଏ. ସାଙ୍ଗମା ଏବଂ ଟିମୋଥି ଡି ଶିରା ମନ୍ତ୍ରିମଣ୍ଡଳରେ ଯୋଗ ଦେବାର ଯୋଜନା ରହିଛି। ଏହା ବ୍ୟତୀତ ୟୁଡିପି ମୁଖ୍ୟ ମେଟବାହ ଲିଙ୍ଗଡୋହ ଏବଂ ପୂର୍ବତନ ମନ୍ତ୍ରୀ ଲଖମେନ୍ ରିମ୍ବୁଇ ମଧ୍ୟ ଶପଥ ନେବାର ସମ୍ଭାବନା ଅଛି। ସୂତ୍ର ଅନୁସାରେ, ଏଚଏସପିଡିପି  ବିଧାୟକ ମେଥୋଡିୟସ୍ ଡଖାର ଶାକଲିୟାର ୱାରଜରିଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବ ବୋଲି କୁହାଯାଉଛି।  ବିଜେପିର ସାନବୋର ଶୁଲାଇ ମନ୍ତ୍ରିମଣ୍ଡଳରେ ଏ.ଏଲ.ହେକ୍‌ଙ୍କ ସ୍ଥାନ ନେବେ ବୋଲି କୁହାଯାଉଛି।