ଦେଶରେ ୨୪ ଲକ୍ଷ ଅତିକ୍ରମ କଲା କରୋନା ଆରୋଗ୍ୟଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୬୬,୫୫୦ ରୋଗୀ ଆରୋଗ୍ୟ

ବିଗତ ୨୫ ଦିନ ମଧ୍ୟରେ ସୁସ୍ଥତା ସଂଖ୍ୟାରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି

ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶର ସର୍ବାଧିକ ୬୬,୫୫୦ କୋଭିଡ-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରମଣାତ୍ମକ ଭାବରେ ପରୀକ୍ଷା, ସମ୍ପୁର୍ଣ୍ଣ ଚିହ୍ନଟ ଏବଂ ଫଳପ୍ରଦ ଚିକିତ୍ସା ନୀତି ଦ୍ଵାରା ମୋଟ ଆରୋଗ୍ୟ ସଂଖ୍ୟା ୨୪ ଲକ୍ଷ (୨୪,୦୪,୫୮୫) ଅତିକ୍ରମ କରିଛି ।

ଏହାଦ୍ଵାରା ଭାରତରେ କୋଭିଡ ସଂକ୍ରମିତଙ୍କ ମଧ୍ୟରେ ସୁସ୍ଥତା ହାର ୭୬ ପ୍ରତିଶତ (୭୫.୯୨%)ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ୭,୦୪,୩୪୮ ସକ୍ରିୟ ରୋଗୀ ରହିଛନ୍ତି । ମୋଟ ଆରୋଗ୍ୟଙ୍କ ସଂଖ୍ୟା ଏହାଠାରୁ ୧୭ ଲକ୍ଷ ଅଧିକ ରହିଛି । ଆଜିସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାର ୩.୪୧ ଗୁଣ ।

ବିଗତ ୨୫ ଦିନ ମଧ୍ୟରେ ସୁସ୍ଥଙ୍କ ସଂଖ୍ୟାରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ।

ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ହେତୁ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇଛି । ବର୍ତ୍ତମାନ ମୋଟ ସଂକ୍ରମିତ ରୋଗୀ ମାତ୍ର ୨୨.୨୪%ରେ ରହିଛି ।

• ଗତ ୨୪ ଘଣ୍ଟାରେ ସର୍ବାଧିକ ୬୬,୫୫୦ ରୋଗୀ ଆରୋଗ୍ୟ
• ଆଉ ଏକ ଶିଖରରେ ଭାରତ : ୨୪ ଲକ୍ଷକୁ ଅତିକ୍ରମ କଲା ଆରୋଗ୍ୟ ସଂଖ୍ୟା
• ବିଗତ ୨୫ ଦିନ ମଧ୍ୟରେ ସୁସ୍ଥତା ସଂଖ୍ୟାରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି

କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ପ୍ରୟାସ ଫଳରେ ଅଧିକ ପରୀକ୍ଷଣ, ଉତ୍ତମ ନିରୀକ୍ଷଣ, ଆବଧାଞ୍ଚଳ ଘୋଷଣା ଏବଂ ଘରୋଇ ଏକାନ୍ତବାସ ସହିତ ଉନ୍ନତ ଭିତ୍ତିଭୂମି ଚିକିତ୍ସାଳୟରେ ପ୍ରଭାବଶାଳୀ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦିଆଯାଇପାରୁଛି । ଏଗୁଡ଼ିକ ଉତ୍ସର୍ଗୀକୃତ କୋଭିଡ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହସ୍ପିଟାଲରେ ଅନ୍ତର୍ଭୁକ୍ତ । ଏଭଳି ସ୍ଥାୟୀ ପଦକ୍ଷେପ ଦ୍ଵାରା ସାମୂହିକ ଫଳାଫଳ ପ୍ରାପ୍ତ ହେଉଛି । ଏହା ସହତି କ୍ରମାଗତ ଭାବେ ହ୍ରାସ ପାଉଥିବା ମୃତ୍ୟୁ ହାର ଆଜି ୧.୮୪ ପ୍ରତିଶତରେ ରହିଛି ।

ସମ୍ବନ୍ଧିତ ଖବର