ରାଜ୍ୟର ୬୭ ପୁଲିସ, ଯବାନ ପାଇବେ ଭାରତ ସରକାରଙ୍କ ସାହସିକତା ପୁଲିସ ମେଡାଲ

ନୂଆଦିଲ୍ଲୀ/କଟକ : ଓଡ଼ିଶା ପୁଲିସ ବିଭାଗର ୬୭ ଜଣ ପୁଲିସ କର୍ମଚାରୀ ଗ୍ୟାଲେଣ୍ଟ୍ରି ବା ସାହାସିକତା ପୁଲିସ ମେଡାଲ ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶା ପୁଲିସ ଗୋଟିଏ ବର୍ଷରେ ସର୍ବାଧିକ ସାହସିକତା ପୁରସ୍କାର ପାଇଥିବାରୁ ପୁଲିସ ଡିଜି ଶ୍ରୀ ଅଭୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୨୦୧୯, ୨୦୨୦ରେ ମାଓ ମୁକାବିଲାରେ ସାମିଲ ହୋଇଥିବା ଏହି ପୁଲିସ, ଯବାନଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। କଳାହାଣ୍ଡି ବନ୍ଧଖଳିରେ ହୋଇଥିବା ଗୁଳି ବିନିମୟ ପାଇଁ ଏସଓଜି ଡେପୁଟି ସୁବେଦାର ରମାକାନ୍ତ ଭୋଇ, ଏସଓଜି ହାବିଲଦାର କେଶବ ଧରୁଆ, ଓଏସଏପି ୮ମ ବାଟାଲିୟନର ପ୍ରସନ୍ନ କୁମାର ମାଝି, ମାଲକାନଗିର ୪ର୍ଥ ଏସଏସବି.ଏନ ପ୍ରମୋଦ କୁମାର ମୁଣ୍ଡାଙ୍କୁ ମନୋନୀତ କରାଯାଇଛି।

ସେହିଭଳି ମାଲକାନଗିରି ଜିଲ୍ଲା ଟୋଟାଗୁଡା ଗୁଳି ବିନିମୟ ପାଇଁ ଏସଓଜି ହାବିଲଦାର ପ୍ରଦୀପ କୁମାର ପରିଡା, ଏସଓଜି ହାବିଲଦାର ଶ୍ରୀକୁମାର ଥାପା, ଏସଓଜି ହାବିଲଦାର ଶ୍ରୀଧୋଜ ଅଧିକାରୀ, ଏସଓଜି କମାଣ୍ଡୋ ଅଜୟ ବେହେରା, ଏସଓଜି କମାଣ୍ଡୋ ପଦ୍ମନାଭ ରାୟଙ୍କୁ ସାହସିକତା ପୁରସ୍କାର ପାଇଁ ଚୟନ କରାଯାଇଛି। କନ୍ଧମାଳ ଜିଲ୍ଲା ସୋପେଲି, ତୁମିଡିବନ୍ଧରେ ଘଟିଥିବା ଗୁଳି ବିନିୟମ ପାଇଁ ଏସଓଜି ହାବିଲଦାର ଶତ୍ରୁଘ୍ନ ଧାରୁଆ, ଏସଓଜି କମାଣ୍ଡୋ ଭକ୍ତରାମ ଦାନ୍ତୁନ, ଏସଓଜି କମାଣ୍ଡୋ ରମାକାନ୍ତ ମାଝି, ଏସଓଜି କମାଣ୍ଡୋ ବଳରାମ ଭତ୍ରା, ଦେଓଗଡ ୪ର୍ଥ ଆଇଆରବିଏନର କନେଷ୍ଟବଳ ପ୍ରେମଚାନ୍ଦ ଷଣ୍ଢ, କୋରାପୁଟ ଓଏସଏପି-୩ର ହାବିଲଦାର ଗାଗାରିନ ଦଳାଇ ସାହସିକତା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ସିଂଗରାମ ଜଂଗଲ, ଯୋଡାମ୍ବଠାରେ ଘଟିଥିବା ଗୁଳି ବିନିମୟ ପାଇଁ ଏସଓଜି (ଏସଆଇ) ପ୍ରଭଞ୍ଜନ ପତି, ଏସଓଜି ହାବିଲଦାର ଟୁକୁନା ବିଶୋଇ, ଏସଓଜି କମାଣ୍ଡୋ ଗୁରୁଦେବ ପରେଖ, ଏସଓଜି କମାଣ୍ଡୋ ଲାୟା ପୋଢ, ଏସଓଜି କମାଣ୍ଡୋ ବୁଲୁ ମାଡାଙ୍ଗି, ଏସଓଜି କମାଣ୍ଡୋ ଉଦ୍ଧବ ଚରଣ ଚମ୍ପିଆ, ଏସଓଜି କମାଣ୍ଡୋ ସୁନିଲ କୁମାର ଭୂୟାଁଙ୍କୁ ଚୟନ କରାଯାଇଛି।

କନ୍ଧମାଳ ଜିଲ୍ଲାର ପଦେରିପଡାଠାରେ ଘଟିଥିବା ଗୁଳି ବିନିମୟ ପାଇଁ ଏସଓଜି ଡେପୁଟି ‌ସୁବେଦାର ଦେବ ପ୍ରସାଦ ମହାନ୍ତି, ଏସଓଜି ହାବିଲଦାର ଜି. କୁଶ ବେହେରା, ଏସଓଜି କମାଣ୍ଡୋ କାର୍ତ୍ତିକ ଗୋଲପେଡା, ଏସଓଜି କମାଣ୍ଡୋ ଚୁଳାରାମ ଶବର, ଏସଓଜି କମାଣ୍ଡେ ପ୍ରଦୀପ୍ତ କୁମାର ବାରିକ ସାହସିକତା ପୁରସ୍କାର ପାଇଁ ଚୟନ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ସିରିକିଠାରେ ଘଟିଥିବା ଗୁଳି ବିନିମୟ ପାଇଁ ଏସଓଜି କମାଣ୍ଡୋ ଦେବାଶିଷ ସେଠୀ, ଏସଓଜି କମାଣ୍ଡୋ ସୁଧୀର କୁମାର ଟୁଡୁ, ଡେପୁଟି ସୁବେଦାର ଶାଶ୍ବତ କୁମାର ବେହେରା, ଏସଓଜି କମାଣ୍ଡୋ ଗୌତମ ତରାଇ, ଏସଓଜି ହାବିଲଦାର ପ୍ରମୋଦ ବରାଳ, ଏସଓଜି କମାଣ୍ଡୋ ଖୁପରାଜ ଦହଳ, ଏସଓଜି କମାଣ୍ଡୋ ଅରୁପ ଶାହା, ଏସଓଜି କମାଣ୍ଡୋ କିଶୋର ନାୟକ, ମାଲକାନଗିରିର ହାବିଲଦାର ମିଥୁନ ପ୍ରଧାନ, କଳହାଣ୍ଡିର କନେଷ୍ଟବଳ ରାଜେଶ ରଣା ଲକ୍ଷ୍ମଣ ପ୍ରଧାନୀ, ଗୌରବ ଭୋଇ, ଭବାନୀଶଙ୍କର ଶା, କୌଶିକ ମାଝି ପ୍ରମୁଖଙ୍କୁ ମନୋନୀତ କରାଯାଇଛି।

କୋରାପୁଟ ଜିଲ୍ଲା କିଟୱାଠାରେ ଘଟିଥିବା ଗୁଳି ବିନିମୟ ପାଇଁ ସେତେବେଳେ କୋରାପୁଟର ଅତିରିକ୍ତ ଏସପି ଥିବା ନିରଂଜନ ସାହୁ, ହାବିଲଦାର ଜିତେନ୍ଦ୍ର କୁମାର ଦାସ, ଏସଆଇ ଗୁରୁଦେବ କର୍ମୀ, ହାବିଲଦାର କେଶବ ଶିଶ, କନେଷ୍ଟବଳ ମନୋଜ କୁମାର ନାଏକ, ଏସଓଜି ହାବିଲଦାର ସଚିନ୍ଦ୍ର ଲାକ୍ରା, ଏସଓଜି ହାବିଲଦାର ତପ ସାଗର, ଏସଓଜି କମାଣ୍ଡୋ ସମୀର ଲାମା, ଏସଓଜି କମାଣ୍ଡୋ ହରବିନ୍ଦ ସାହୁ, ଏସଓଜି କମାଣ୍ଡୋ ସୁଶାନ୍ତ ବାର୍ଲା, ଏସଓଜି କମାଣ୍ଡୋ ରାଜେଶ ବେହେରା, ଏସଓଜି କମାଣ୍ଡୋ ପଦ୍ମନ ନାୟକ, ଏସଓଜି କମାଣ୍ଡୋ ଶୁଭ୍ରାଂଶୁ ଭୂଷଣ ସାହୁଙ୍କ ମନୋନୀତ କରାଯାଇଛି।

କନ୍ଧମାଳ ଜିଲ୍ଲା ସିରିକୁଟିଠାରେ ଘଟିଥିବା ଗୁଳି ବିନିୟମ ପାଇଁ ଏସଓଜି ଏସଆଇ ସନ୍ତୋଷ କୁମାର ନାୟକ, ଏସଓଜି ହାବିଲଦାର ଭକ୍ତପ୍ରିୟ ସାହୁ, ଏସଓଜି କମାଣ୍ଡୋ ସୌମ୍ୟରଂଜନ ସିଂହ, ଏସଓଜି କମାଣ୍ଡୋ ଗିରିଧାରୀ ମହାଲିକଙ୍କୁ ମନୋନୀତ କରାଯାଇଛି। କନ୍ଧମାଳ ଜିଲ୍ଲା ସିର୍ଲାଠାରେ ଘଟିଥିବା ଗୁଳି ବିନିମୟ ପାଇଁ ଏସଓଜି ଏସଆଇ ଅମରେଶଚନ୍ଦ୍ର ନରେନ୍ଦ୍ର, ଏସଆଇ ଏସଓଜି ସୁନିଲ କୁମାର ଭୋଇ, ଏସଓଜି କମାଣ୍ଡୋ ସୁଶାନ୍ତ ମହାନନ୍ଦିଆ, ଏସଓଜି କମାଣ୍ଡୋ ଟିକଚାନ୍ଦ କଟା, ଏସଓଜି କମାଣ୍ଡୋ ବି. ବିଜୁଳି ‌ରେଡ୍ଡି, ଏସଓଜି କମାଣ୍ଡୋ ନାରାୟଣ ନାୟକ, ଏସଓଜି କମାଣ୍ଡୋ ବନ୍ଧୁ ମାଧି,ଏସଓଜି କମାଣ୍ଡୋ ସତ୍ୟପ୍ରକାଶ ବେ‌ହେରା, କନେଷ୍ଟବଳ ସୁବଳ ଦିଗଲ, ସିପାହି ଶ୍ରୀକାନ୍ତ ବାରା ଓ ଯାଜପୁରର ଦେବଧାଙ୍ଗଡା ମାଝିଙ୍କୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର