ବିଭା ହେଲେ ୬୭ ବର୍ଷୀୟ ବୃଦ୍ଧ ଓ ୨୪ ବର୍ଷୀୟ ଯୁବତୀ; ସୁରକ୍ଷା ଯୋଗାଇ ଦେବାକୁ ପୁଲିସକୁ ନିର୍ଦେଶ ଦେଲେ ହାଇକୋର୍ଟ

ସଙ୍ଗୃର୍‌: ନବବିବାହିତ ସଙ୍ଗୃର୍‌ ଦମ୍ପତି- ୬୭ ବର୍ଷିୟ ଶମ୍‌ଶେର୍‌ ସିଂହ ଓ ୨୪ ବର୍ଷୀୟ ନବପ୍ରୀତ କୌରଙ୍କୁ ଜୀବନ ସୁରକ୍ଷା ଏବଂ ସ୍ୱାଧୀନତା ଉପରେ ଦୃଷ୍ଟି ଦେବାକୁ ପଞ୍ଜାବ ହରିୟାଣା ହାଇକୋର୍ଟ ପଞ୍ଜାବ ପୁଲିସକୁ ନିର୍ଦେଶ ଦେଇଛନ୍ତି।

ଜାନୁଆରି ମାସରେ ଧୁରି ସବ୍‌ଡିଭିଜନ୍‌ ଅନ୍ତର୍ଗତ ବଳିୟାନ୍‌ ଗାଁର ଶମ୍‌ଶେର୍‌ ଏବଂ ନବପ୍ରୀତ ବାହା ହୋଇଥିଲେ ଓ ସେମାନଙ୍କ ବାହାଘରର କେତେଗୁଡ଼ିଏ ଫଟୋ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା। ପରେ ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ କହିଥିଲେ କି, ପରିବାର ଓ ଆତ୍ମୀୟମାନେ ତାଙ୍କୁ ଧମକ ଦେଉଛନ୍ତି।

ଓକିଲ ମୋହିତ ସଦାନା କହନ୍ତି: ଏଇଟା ଅସ୍ୱାଭାବିକ ବାହାଘର ହୋଇଥିବାରୁ ପରିବାର ଲୋକେ ଉଭୟଙ୍କ ସମ୍ପର୍କକୁ ସମ୍ମତି ଦେଉ ନାହାନ୍ତି। ତେଣୁ ସେ ଦମ୍ପତି ଅଦାଲତକୁ ଯାଇଥିଲେ। ଫେବ୍ରୁଆରି ୪ ତାରିଖ ଦିନ ଅଦାଲତ ସେମାନଙ୍କ ସୁରକ୍ଷା ଲାଗି ପୁଲିସକୁ ନିର୍ଦେଶ ଦେଇଛନ୍ତି।

ଏ ସଂକ୍ରାନ୍ତରେ କିଛି କହିବାକୁ ସେ ଦମ୍ପତି ମନା କରି ଦେଇଥିଲେ ବି ସେମାନଙ୍କର ବହାଘର ବୈଧ୍ୟ ବୋଲି ସେମାନଙ୍କ ଓକିଲ କହିଛନ୍ତି।
ପୁଲିସ ମଧ୍ୟ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବ ବୋଲି ସଙ୍ଗୃର୍‌ ଏସ୍‌ଏସ୍‌ପି ସନ୍ଦୀପ ଗର୍ଗ କହିଛନ୍ତି।

ସମ୍ବନ୍ଧିତ ଖବର