ଷ୍ଟାର୍ଟଅପ୍ କମ୍ପାନି ଜରିଆରେ ଓଡ଼ିଶାର ୬୭୩୩ ଜଣଙ୍କୁ ରୋଜଗାର

ନୂଆଦିଲ୍ଲୀ : ଦେଶର ଯୁବକମାନଙ୍କୁ ରୋଜଗାର ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଷ୍ଟାର୍ଟଅପ୍ ଯୋଜନା ଆରମ୍ଭ କରାଯାଇଛି। ଦେଶରେ ଗତ ପାଞ୍ଚ ବର୍ଷରେ ମାନ୍ୟତା ପ୍ରଦାନ କରାଯାଇଥିବା ୩୬,୧୦୬ଟି ଷ୍ଟାର୍ଟଅପ୍ କମ୍ପାନିମାନଙ୍କ ଦ୍ୱାରା ସର୍ବମୋଟ ୪,୨୨,୯୮୬ ଜଣଙ୍କୁ ରୋଜଗାର ଉପଲବ୍ଧ କରାଯାଇଛି। ଓଡ଼ିଶାରେ ୬୭୩୩ ଜଣଙ୍କୁ ରୋଜଗାର ପ୍ରଦାନ କରାଯାଇଥିବା କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ତଥ୍ୟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର