ନୂଆଦିଲ୍ଳୀ: ୟେମେନରେ ବଡ଼ ଅଘଟଣ । ଦକ୍ଷିଣ ଅବିଆନ ପ୍ରଦେଶ ନିକଟରେ ନୌକା ଓଲଟି ପଡ଼ିବାରୁ ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ୟେମେନ ଗଣମାଧ୍ୟମ ଅନୁଯାୟୀ, ପ୍ରାୟ ୧୫୪ ଜଣ ଶରଣାର୍ଥୀଙ୍କୁ ନେଇ ଏହି ନୌକା ଗଲ୍ଫ ଅଫ ଏଡେନରେ ଖରାପ ପାଗ ଯୋଗୁ ଓଲଟି ପଡ଼ିଥିଲା । ମାତ୍ର ୧୨ ଜଣ ଉଦ୍ଧାର ହୋଇଛନ୍ତି, ଆଉ ୭୪ ଜଣ ନିଖୋଜ ଅଛନ୍ତି । ଖାନଫର ଜିଲ୍ଲାରେ ୫୪ ଜଣଙ୍କ ମୃତଦେହ ସମୁଦ୍ର କୂଳରେ ମିଳିଛି ଏବଂ ୧୪ ଜଣଙ୍କ ମୃତଦେହ ଜିଞ୍ଜିବାର ହସ୍ପିଟାଲରେ ରଖାଯାଇଛି ।
ଅନ୍ତଃରାଷ୍ଟ୍ରୀୟ ବିସ୍ଥାପନ ସଂଘର ମୁଖ୍ୟ ଘଟଣାକୁ ‘ହୃଦୟ ବିଦାରକ’ କହିଛନ୍ତି ।
ୟେମେନ ହେଉଛି ହର୍ନ ଅଫ ଆଫ୍ରିକାରୁ ଗଲ୍ଫ ଦେଶମାନଙ୍କୁ ଯିବା ପାଇଁ ଏକ ପ୍ରମୁଖ ରାସ୍ତା ।
୨୦୨୪ରେ ୬୦,୦୦୦ରୁ ଅଧିକ ଶରଣାର୍ଥୀ ୟେମେନରେ ପହଞ୍ଚିଛନ୍ତି ।
ୟୁଏନ୍ ଅନୁଯାୟୀ, ଗତ ଦଶନ୍ଧୀରେ ଏହି ରାସ୍ତାରେ ୩,୪୦୦ରୁ ଅଧିକ ମୃତ୍ୟୁ ଏବଂ ନିଖୋଜ ଘଟଣା ରେକର୍ଡ ହୋଇଛି ।
ସଂଖ୍ୟାଠାରୁ ଅଧିକ ଲୋକ ଜାହାଜରେ ଥିବାରୁ ଜାହାଜ ଭାରସାମ୍ୟ ହରାଇଥିବା ସୂଚନା ରହିଛି ।
ଅଘଟଣରେ ୬୮ ଜଣଙ୍କ ମୃତ୍ୟୁ ଓ ୭୪ ନିଖୋଜ ଥିାବ ସୂଚନା ।