ବିଏସଏଫର ୬୯ ଜଣ ଯବାନ ସଂକ୍ରମିତ

ନୂଆଦିଲ୍ଲୀ : ବଢିଚାଲିଥିବା କରୋନା ସଂକ୍ରମଣ ଭାରତୀୟ ସୁରକ୍ଷାବାହିନୀଗୁଡ଼ିକ ପାଇଁ ଚିନ୍ତାର କାରଣ ହୋଇଛି । ସୀମା ସୁରକ୍ଷା ବଳ ବା ବିଏସଏଫର ୬୯ ଜଣ ଯବାନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହା ପରେ ଦିଲ୍ଲୀ ସିଜିଓ କଂପ୍ଲେକ୍ସ ସ୍ଥିତ ବିଏସଏଫ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ କରାଯାଇଛି । ଗତ ୩ ତାରିଖରେ ଜଣେ ହେଡକନଷ୍ଟେବଳ ପ୍ରଥମେ ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏହା ପରେ ଅନ୍ୟମାନଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା ।

କେବଳ ବିଏସଏଫ ନୁହେଁ, ସିଆରପିଏଫରେ ମଧ୍ୟ କରୋନା ଅନୁପ୍ରବେଶ କରିସାରିଛି । ପୂର୍ବ ଦିଲ୍ଲୀ ସ୍ଥିତ ସିଆରପିଏଫର ୩୧-ବାଟାଲିୟନ ଆଜି ୬୮ ଜଣ ଯବାନ କରୋନା ସଂକ୍ରମିତ ଥିବା ଗତ ସପ୍ତାହରେ ଚିହ୍ନଟ ହୋଇଥିଲା । ଏମାନଙ୍କୁ ମିଶାଇ ଏହି ବାଟାଲିୟନରେ ଏପର୍ଯ୍ୟନ୍ତ ୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାମଗ୍ରିକ ଭାବେ ସିଆରପିଏଫରେ ଏପର୍ଯ୍ୟନ୍ତ ୧୨୭ ଜଣ କରୋନା ସଂକ୍ରମିତ ଥିବାବେଳେ ଜଣକର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର