ବାଇଡେନ୍‌ଙ୍କୁ ଘେରିଲେ ୬୯ ସାଂସଦ: ତାଲିବାନ ହାତରେ ପଡ଼ିଛି ୬ ଲକ୍ଷ ଆମେରିକୀୟ ବନ୍ଧୁକ, ୨୦୦ରୁ ଅଧିକ ହେଲିକପ୍ଟର

ୱାସିଂଟନ: ଆଫଗାନିସ୍ତାନ ସଙ୍କଟର ମୁକାବିଲା କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନେଇଥିବା ନିଷ୍ପତ୍ତିକୁ ବିନାଶକାରୀ ବୋଲି ବିରୋଧୀ ରିପବ୍ଲିକାନ ସାଂସଦମାନେ କହିଛନ୍ତି। ବାଇଡେନ୍‌ଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ତାଲିବାନ ହାତକୁ ସଂପୂର୍ଣ୍ଣ ଆଫଗାନିସ୍ତାନର ନିୟନ୍ତ୍ରଣ ଚାଲିଗଲା ଏବଂ ଏଥିପାଇଁ ପୂରା ବିଶ୍ବ ବିପଦଗ୍ରସ୍ତ ହୋଇଛି ବୋଲି ରିପବ୍ଲିକାନ ସାଂସଦମାନେ କହିଛନ୍ତି। ଆମେରିକା କଂଗ୍ରେସର ୬୯ ସାଂସଦ ଏକ ପତ୍ର ଲେଖି ବାଇଡେନ୍‌ଙ୍କୁ ୧୫ଟି ପ୍ରଶ୍ନ ପଚାରିଛନ୍ତି ଏବଂ ଦେଶବାସୀଙ୍କ ସମ୍ମୁଖରେ ଏହାର ଉତ୍ତର ରଖିବାକୁ କହିଛନ୍ତି।

ଆଫଗାନିସ୍ତାନରୁ ନାଗରିକଙ୍କୁ ଖାଲି କରିବା, ଆଫଗାନିସ୍ତାନରେ ଆମେରିକା ନିର୍ମାଣ କରିଥିବା ସାମରିକ ଘାଟିଗୁଡ଼ିକର ଭବିଷ୍ୟତ, ଅଲ୍‌ଏକାଏଦା ଏବଂ ଆଇଏସ୍‌-କେକୁ ନେଇ ଗୁଇନ୍ଦା ବିଭାଗର ବିଫଳତା ନେଇ ବିଭିନ୍ନ ପ୍ରଶ୍ନ କରାଯାଇଛି। ଏହା ସହିତ ଏବେ ତାଲିବାନ ଆମେରିକା ସେନାର ୬ ଲକ୍ଷ ବନ୍ଧୁକ ଏବଂ ୨୦୦ରୁ ଅଧିକ ହେଲିକପ୍‌ଟର ଓ ବିମାନ ନିଜ ନିୟନ୍ତ୍ରଣକୁ ନେଇଥିବାରୁ ବାଇଡେନ୍‌ ଏ ବାବଦରେ ବିଶ୍ବବାସୀଙ୍କୁ କ’ଣ କହିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର