୨୪ ଘଣ୍ଟାରେ ଦେଶରେ ୬୯୯୦ଟି ନୂଆ ସଂକ୍ରମଣ ମାମଲା, ଓମିକ୍ରନ ମାମଲା ନାହିଁ

ନୂଆଦିଲ୍ଲୀ : ଭାରତରେ ଓମିକ୍ରନର କୌଣସି ମାମଲା ଚିହ୍ନଟ ହୋଇନଥିଲେ ବି ଏହାର ଆତଙ୍କ ବଢିଚାଲିଛି । ଚଣ୍ଡିଗଡ଼ ଏୟାରପୋର୍ଟରେ ଓହ୍ଲାଇଥିବା ଦୁଇ ଦକ୍ଷିଣ ଆଫ୍ରିକା ଫେରନ୍ତା ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଏକାନ୍ତବାସରେ ରଖାଯାଇଛି । ସେହିପରି ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଏୟାରପୋର୍ଟରେ କଟକଣାକୁ କଡାକଡି କରାଯାଇଛି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ୭ ଦିନିଆ ଏକାନ୍ତବାସ ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପକ୍ଷରେ ଭାରତରେ ଗତ ୨୪ ଘଣ୍ଟାରେ ୬,୯୯୦ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି । ତେବେ ଏହା ମଧ୍ୟରେ ଓମିକ୍ରନ ସଂପର୍କିତ କୌଣସି ମାମଲା ନାହିଁ । ସେହିପରି ଗତ ୨୪ ଘଣ୍ଟାରେ ୧୯୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ଓ ୧୦,୧୧୬ ଜଣ ସୁସ୍ଥ ହୋଇଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ  ଭାରତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୨,୬୪୮୦ରେ ପହଞ୍ଚିଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୫୪୩ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪୬୮୯୮୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ଦେଶରେ ମୋଟ ଟିକାକରଣ ସଂଖ୍ୟା ୧୨୩ କୋଟି ଟପିଯାଇଛି । ଗତ କାଲି ୭୮୮୦୫୪୫ ଜଣଙ୍କୁ ଟିକା ଦିଆଯାଇଛି ।

 

ସମ୍ବନ୍ଧିତ ଖବର