ସୀମାରେ ୬ ପାକ୍‌ ସୈନିକ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନା ଦ୍ବାରା‌ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଥିବା ବେଳେ ଭାରତୀୟ ଯବାନଙ୍କ ପାଲଟା ଜବାବରେ ୬ ଜଣ ପାକ୍ ସୈନିକ ନିହତ ହୋଇଥିବା ଜଣାଯାଇଛି। ଗତ ସପ୍ତାହକ ମଧ୍ୟରେ ଜମ୍ମୁ କଶ୍ମୀରର ରାଜୌରି ସେକ୍ଟରରେ ଭାରତୀୟ ସେନାର ଗୁଳିମାଡ଼ରେ ୬ ପାକିସ୍ତା‌ନୀ ସୈନିକ ମରିଥିବା ଭାରତୀୟ ‌ସେନା ପକ୍ଷରୁ କୁହାଯାଇଛି। ଉଲ୍ଲେଖ‌ଯୋଗ୍ୟ, ଗତ ୨୬ ତାରିଖରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରଠାରୁ ପାକିସ୍ତାନ ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଆଗୁଆ ପୋଷ୍ଟ୍‌ ଏବଂ ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍‌ କରି ପ୍ରବଳ ଗୁଳିଗୋଳା ମାଡ଼ କରୁଛି। ଗତ ଦୁଇ ମାସ ମଧ୍ୟରେ ପାକିସ୍ତାନୀ ସେନା ୪୫୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ତେବେ ଏହାର ମୁକାବିଲା ପାଇଁ ସୀମା ନିକଟରେ ଭାରତୀୟ ସେନା ମଧ୍ୟ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଠୁଳ କରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

ସମ୍ବନ୍ଧିତ ଖବର