ନୂଆଦିଲ୍ଲୀ : ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ସରକାରଙ୍କ ପ୍ରଦର୍ଶନ ଭଲ ନାହିଁ। ଗତ ୮ ବର୍ଷ ମଧ୍ୟରେ ୨୨.୦୫ କୋଟି ଲୋକ ଚାକିରି ପାଇଁ ଆବେଦନ କରିଥିବାବେଳେ ମାତ୍ର ୭.୨୨ ଲକ୍ଷ ବା ୦.୩୩ ପ୍ରତିଶତ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ମିଳିଛି। ଅର୍ଥାତ ମୋଟ ଆବେଦନ ମଧ୍ୟରୁ ୧ ପ୍ରତିଶତରୁ କମ୍‌ ଲୋକଙ୍କୁ ଚାକିରି ମିଳିଛି। ଲୋକସଭାରେ କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ବୁଧବାର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି।

Advertisment

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୭.୨୨ ଲକ୍ଷ ନିଯୁକ୍ତି ମଧ୍ୟରୁ ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ୧.୪୭ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି। ତେଣୁ ୨୦୧୯-୨୦ ଆର୍ଥିକ ବର୍ଷକୁ ଛାଡ଼ିଦେଲେ ୨୦୧୪-୧୫ରୁ ଭାରତରେ ବାର୍ଷିକ ନିଯୁକ୍ତି ଧାରା ମୋଟାମୋଟି ହ୍ରାସ ପାଇଛି। ୨୦୧୪-୧୫ରେ ୧.୩୦ ଲକ୍ଷ, ୨୦୧୫-୧୬ରେ ୧.୧୧ ଲକ୍ଷ, ୨୦୧୬-୧୭ରେ ୧.୦୧ ଲକ୍ଷ, ୨୦୧୭-୧୮ରେ ୭୬୧୪୭ ଜଣ, ୨୦୧୮-୧୯ରେ ୩୮୧୦୦ ଜଣ, ୨୦୨୦-୨୧ରେ ୭୮୫୫୫ ଜଣ ଏବଂ ୨୦୨୧-୨୨ରେ ୩୮,୮୫୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ତେବେ ଚଳିତବର୍ଷ ଜୁନ ୧୪ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୪ରୁ ନିଯୁକ୍ତି ନେଇ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ୧୮ ମାସ ମଧ୍ୟରେ ମିସନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବା‌ ନେଇ ଘୋଷଣା ହୋଇଛି।