୭ ବବ୍ଦର ଖାଲସା ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ: ପଞ୍ଜାବର ଲୁଧିଆନା ପୋଲିସ ଓ ଗୋଇନ୍ଦା ବିଭାଗର ମିଳିତ ସହଯୋଗରେ ଚଢାଉ କରାଯାଇ ୭ ଜଣ ବବ୍ର ଖାଲସା ଆତଙ୍କବାଦୀଙ୍କୁ ଶନିବାର ଗିରଫ କରାଯାଇଛି । ଏହି ଆତଙ୍କବାଦୀମାନେ ରାଜ୍ୟରେ କୌଣସି ଏକ ବଡ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ କହିଛି । ସେମାନଙ୍କୁ ପଚରା ଉଚରା କରାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତମାନେ ହେଉଛନ୍ତି ଲୁଧିଆନାର ଜୟବୀର ସିଂ, ଜଲନ୍ଧରର ଅମନପ୍ରିତ ସିଂ, ମୋଗା ନିବାସୀ ମନପ୍ରିତ ସିଂ, ଅମୃତସରର ଓମ୍କାର ସିଂ, ଜୁଗରାଜ ସିଂ ଓ ଅମୃତପାଲ ସିଂ । ଏହି ଅଭିଯୁକ୍ତମାନଙ୍କଠାରୁ ୩ ପିସ୍ତଲ ଓ ୩୩ ଜୀବନ୍ତ ଗୁଳି ଜବତ କରାଯାଇଛି ।
ସୂଚନାଯୋଗ୍ୟ, ପଞ୍ଚବରେ ଆତଙ୍କି କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ପୋଲିସ୍ର ନିଦ ହଜିଯାଇଛି । ପୂର୍ବରୁ ରାଜ୍ୟର କେତେକ ପ୍ରମୁଖ ସ୍ଥାନରେ ବିଷ୍ପୋରଣ କରି ଉଡାଇ ଦେବାକୁ ଧମକ ମିଳିଥିବାରୁ ପୋଲିସ ସଚେତନ ରହିଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଥିବା ବେଳେ ସମସ୍ତ ଜିଲାରେ ଅତଙ୍କବାଦ ନିରୋଧୀ ପ୍ଲାଟୁନ୍ ଗଠନ କରାଯାଇଛି ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।