କୁକୁର ହୋଇ ଜନ୍ମ, ସୈନିକ ଭାବେ ଅବସର : ସିଆଇଏସ୍‌ଏଫ୍‌ ସହିତ ଅର୍ଦ୍ଧ ସାମରିକ ବାହିନୀରେ ଆଠ ବର୍ଷ କାର୍ଯ୍ୟ କରିବା ପରେ ୭ କୁକୁରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ସିଆଇଏସ୍‌ଏଫ୍‌ ସହିତ ଅର୍ଦ୍ଧ ସାମରିକ ବାହିନୀରେ ଆଠ ବର୍ଷ କାର୍ଯ୍ୟ କରିବା ପରେ ଆଜି ୭ କୁକୁରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଆଜି ସିଆଇଏସ୍‌ଏଫ୍‌ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। କୁକୁରମାନଙ୍କୁ ସମ୍ମାନର ସହ ଅବସର ଦିଆଯାଇଥିଲା। ସମସ୍ତ କୁକୁରମାନଙ୍କୁ ଆଜି ମେଡ଼ାଲ୍‌ ଓ ସାର୍ଟିଫିକେଟ୍‌ ଦେଇ ସମ୍ମାନିତ କରାଯାଇଥିଲା।

ସୂଚନାଯୋଗ୍ୟ, ଏହି ୭ କୁକୁର ଦୀର୍ଘ ୮ ବର୍ଷ ଧରି ସିଆଇଏସ୍‌ଏଫ୍‌ ସହ କାର୍ଯ୍ୟ କରିଆସୁଥିଲେ। ସିଆଇଏସ୍‌ଏଫ୍‌ ପକ୍ଷରୁ ଆଜି ଏ ନେଇ ଏକ ଟ୍ବିଟ୍‌ କରାଯାଇଛି ଯେ, ଏହି କୁକୁରମାନେ କୁକୁର ହୋଇ ଜନ୍ମ ନେଇଥିଲେ, ମାତ୍ର ଜଣେ ଜଣେ ସୈନିକ ଭାବରେ ଅବସର ଗ୍ରହଣ କଲେ। ଏହି କୁକୁରମାନେ ସିଆଇଏସ୍‌ଏଫ୍‌ ସହ ଦିଲ୍ଲୀ ମେଟ୍ରୋରେ କାର୍ଯ୍ୟ କରୁଥିଲେ।

ଏଥିସହ ଫୋର୍ସରେ କାମ କରୁଥିବା କୁକୁରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯିବା ସିଆଇଏସ୍‌ଏଫ୍‌  ଇତିହାସରେ ପ୍ରଥମ ଘଟଣା।

ସମ୍ବନ୍ଧିତ ଖବର