ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ପୋଲିସ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଦୁର୍ଘଟଣା ସମୟରେ ରାସ୍ତାରେ ବିଛାଡି ହୋଇ ପଡ଼ିଥିବା ବାକ୍ସଗୁଡ଼ିକରୁ କୋଟି କୋଟି ଟଙ୍କା ଜବତ ହୋଇଛି। ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଛି।
ପୋଲିସର ସୂଚନାନୁସାରେ, ନଲ୍ଲର୍ଜଲା ମଣ୍ଡଳର ଅନନ୍ତପଲ୍ଲୀ ଠାରେ ଏକ ଗାଡି ଧକ୍କା ଲରି ସହ ହେବା ପରେ ଓଲଟି ପଡିଥିଲା। ସେହି ଗାଡିରେ ନଗଦ ୭ ଟି କାର୍ଡବୋର୍ଡ ବାକ୍ସ ନିଆଯାଉଥିଲା । ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। କୁହାଯାଉଛି ଯେ ଗାଡି ବିଜୟୱାଡା ଠାରୁ ବିଶାଖାପାଟନମ୍ ଆଡକୁ ଯାଉଥିଲା।
ଓଲଟି ପଡିଥିବା ଗାଡିର ଡ୍ରାଇଭର ଆହତ ହୋଇ ଚିକିତ୍ସା ପାଇଁ ଗୋପାଳପୁରମ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଲୋକମାନେ କହିଥିଲେ ଯେ ଏହି ବାକ୍ସଗୁଡ଼ିକ ୟୁରିଆର ଅଖା ମଧ୍ୟରେ ଲୁଚାଇ ରଖି ନିଆଯାଉଥିଲା । ସଡ଼କ ଦୁର୍ଘଟଣାରେ ମିଳିଥିବା ୭ କୋଟି ଟଙ୍କା ପୋଲିସ ଏବଂ ନିର୍ବାଚନ ଅଧିକାରୀଙ୍କ ନିଦ ହଜାଇ ଦେଇଛି । ଯେଉଁ ଗାଡିରୁ ଟଙ୍କା ଜବତ କରାଯାଇଥିଲା ତାହା ଏକ ଟାଟା ଏସ୍ ବୋଲି କୁହାଯାଉଛି।
#WATCH | Andhra Pradesh: Rs 7 Crores cash, kept in seven boxes, seized in East Godavari district.
— ANI (@ANI) May 11, 2024
A vehicle had overturned after being hit by a lorry at Anantapally in Nallajarla Mandal. Locals noticed that 7 cardboard boxes, containing cash, were being transferred in that… pic.twitter.com/KbQmb5M175
ସୂଚନାଯୋଗ୍ୟ, ମେ’ ୧୩ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ନଗଦ ଟଙ୍କା ଜବତ ହେବାର ଏହା ହେଉଛି ଦ୍ୱିତୀୟ ବଡ଼ ଘଟଣା। ଏହାପୂର୍ବରୁ ଗୁରୁବାର ଦିନ ରାଜ୍ୟର ଏନଟିଆର ଜିଲ୍ଲାର ଏକ ଚେକ୍ ପୋଷ୍ଟରେ ଟ୍ରକରୁ ୮ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଜବତ କରାଯାଇଥିଲା। ଏହି ଟଙ୍କାକୁ ଟ୍ରକରେ ଯାଉଥିବା ପାଇପ ଭିତରେ ଲୁଚାଇ ରଖାଯାଇଥିଲା। ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଆସନରେ ମତଦାନ ଅନୁଷ୍ଠିତ ହେବ।