୨ ସପ୍ତାହ ପ‌ରେ ବ୍ରିଟେନରୁ ଭାରତକୁ ଆସିଲା ବିମାନ, ୭ ଦିନିଆ ସରକାରୀ ସଙ୍ଗରୋଧରେ ରହିବେ ଦିଲ୍ଲୀକୁ ଆସୁଥିବା ଯାତ୍ରୀ

ନୂଆଦିଲ୍ଲୀ: ୨ସପ୍ତାହ ପ‌ରେ ବ୍ରିଟେନରୁ ଭାରତକୁ ଉଡ଼ାଣ କରିଛି ବିମାନ। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବା ପାଇଁ ଭାରତ ସରକାର ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ। ଗତକାଲି ଏହାର ଅବଧି ଶେଷ ହୋଇଥିବା ବେଳେ ଆଜି ବ୍ରିଟେନରୁ ଭାରତକୁ ଆସିଛି ବିମାନ। ଆଜିି ବ୍ରିଟେନରୁ ଭାରତ ଆସିଥିବା ପ୍ରଥମ ବିମାନରେ ୨୫୦ଜଣ ଯାତ୍ରୀ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି ।

ତେବେ ଦିଲ୍ଲୀରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଏସଓପି ଜାରି କରାଯାଇଛି। ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ସେମାନଙ୍କୁ ଘରୋଇ ଆଇସୋଲେସନକୁ ପଠାଇବା ପୂର୍ବରୁ ୭ଦିନିଆ ସରକାରୀ ସଙ୍ଗରୋଧରେ ରଖାଯିବ। ଦେଶରେ ନୂଆ ‘ଷ୍ଟ୍ରେନ୍‌’ର କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଥିବ‌ା ବେଳେ ଦିଲ୍ଲୀରେ ୧୩ଜଣ କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ନେଇ କେନ୍ଦ୍ରକୁ ପୁଣି ଥରେ ବ୍ରିଟେନକୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କହିଛନ୍ତି।

indiatoday

ସରକାରଙ୍କ କହିବା ଅନୁସାରେ, ପ୍ରତି ସପ୍ତାହରେ ୩୦ଟି ବିମାନ ଚଳାଚଳ କରିବ। ସେଥିରୁ ୧୫ଟି ଭାରତର ଏବଂ ଆଉ ୧୫ଟି ଇଂଲଣ୍ଡର ବିମାନ। ଜାନୁଆରି ୨୩ ତାରିଖ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁ ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ପରିସ୍ଥିତିର ସମୀକ୍ଷା କରାଯାଇ ବିମାନ ଚଳାଚଳ ସଂଖ୍ୟା ସ୍ଥିର କରାଯିବ।

ସମ୍ବନ୍ଧିତ ଖବର