ସିରିଆ ଇଫତାର ପାର୍ଟି ଉପରେ ଆଇଏସ୍ ଆକ୍ରମଣ, ୭ ମୃତ

ଡମାସକସ୍ : ପୁଣି ରକ୍ତରଂଜିତ ହୋଇଛି ଯୁଦ୍ଧଗ୍ରସ୍ତ ସିରିଆ । ସିରିଆରେ ଏକ ଇଫତାର ପାର୍ଟି ଚାଲିଥିବାବେଳେ ଆଇଏସ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଅତିକମରେ ୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଆହତ ହୋଇଛନ୍ତି ।

ଆମେରିକା ସମର୍ଥିତ କୁର୍ଦିସ ମାନଙ୍କ ଦ୍ବାରା ପରିଚାଳିତ ସିରିଆନ ଡେମୋକ୍ରାଟିକ୍ ଫୋର୍ସେସର ପୂର୍ବତନ ମୁଖପାତ୍ର ନୁରି ହମିସ୍ ଏହି ଇଫତାର ପାର୍ଟି ଦେଇଥିଲେ । ପବିତ୍ର ରମଜାନ ମାସ ପାଇଁ ଚାଲିଥିବା ଉପବାସ ପରେ ନୁରି ହମିସଙ୍କ ପକ୍ଷରୁ ନିଜର ଗୃହ ସହର ଅବୁ ଖସାବଠାରେ ଏହି ଇଫତାର ପାର୍ଟି ଦିଆଯାଇଥିଲା । ଏହି ପାର୍ଟି ଚାଲିଥିବାବେଳେ ଆଇଏସ ଆତଙ୍କବାଦୀମାନେ ମୋଟର ସାଇକେଲରେ ଆସି ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ହମିସଙ୍କ ସମେତ ୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ଓ ୪ ଜଣ ଆହତ ହୋଇଛନ୍ତି ବୋଲି ସିରିଆର ଏକ ଗଣମାଧ୍ୟମ ୟୁପ୍ରେଟିସ ପୋଷ୍ଟ କହିଛି । ଆକ୍ରମଣ ପରେ ଆଇଏସ ଆତଙ୍କବାଦୀମାନଙ୍କୁ ଧରିବାକୁ ଗ୍ରାମବାସୀମାନେ ଉଦ୍ୟମ କରିଥିଲେ ବି ସେମାନେ ଖସିଯିବାକୁ ସକ୍ଷମ ହୋଇଥିଲେ ।

ଆମେରିକାର ସ୍ପେଶାଲ ଫୋର୍ସ ପକ୍ଷରୁ ଆଇଏସ ନେତା ଆବୁ ଇବ୍ରାହିମ ଅଲ କୁରେସୀଙ୍କ ହତ୍ୟା ପରେ ରକ୍ତମୁଖା ହୋଇପଡ଼ିଛନ୍ତି । ଏହି ହତ୍ୟାର ପ୍ରତିଶୋଧ ନେବାକୁ ଆଇଏସର ମୁଖପାତ୍ର ଓମାର-ଅଲ-ମୁହାଜିର ଅଗଷ୍ଟ ୧୭ରେ ଏକ ଭିଡିଓ ମାଧ୍ୟମରେ ଆହ୍ବାନ ଜଣାଇଥିଲେ । ଏହା ପରେ ଗତ ୧୧ ଦିନ ମଧ୍ୟରେ ସିରିଆରେ ଆଇଏସ ପକ୍ଷରୁ ଅତିକମରେ ୨୩ଟି ଆକ୍ରମଣ ହୋଇଛି ।

ସମ୍ବନ୍ଧିତ ଖବର