ଉନ୍ନାଓ : ଉତ୍ତର ପ୍ରଦେଶର ଉନ୍ନାଓ ସ୍ଥିତ ଟୋଲ୍ ପ୍ଲାଜା ନିକଟରେ ଆଜି ଏକ ଟ୍ରକ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ସହ ପ୍ରଚଣ୍ଡ ଧକ୍କା ପରେ ଭ୍ୟାନ୍ଟି ଜଳିଯାଇଥିଲା ଏବଂ ଏଥିରେ ଥିବା ସମସ୍ତ ୭ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଭ୍ୟାନ୍ରୁ ୭ ଜଣଙ୍କ ଶବ ପୁଲିସ ଉଦ୍ଧାର କରିଛି। ଭ୍ୟାନ୍ଟି ସିଏନ୍ଜିରେ ଚାଲୁଥିଲା ଏବଂ ଦୁର୍ଘଟଣା ପରେ ଏହାର ଡୋର୍ ଲକ୍ ହୋଇଯିବାରୁ ଯାତ୍ରୀମାନେ ବାହାରକୁ ଆସିପାରିନଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଉତ୍ତର ପ୍ରଦେଶର ଉନ୍ନାଓସ୍ଥିତ ଟୋଲ୍ ପ୍ଲାଜା ନିକଟରେ ଟ୍ରକ୍ ଧକ୍କାରେ ଜଳିଗଲା ଭ୍ୟାନ୍, ୭ ମୃତ
/sambad/media/post_attachments/wp-content/uploads/2020/02/up.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)