ବିକାନେର୍‌-ଗୌହାଟୀ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

କୋଲକାତା : ବିକାନେର୍‌-ଗୌହାଟୀ ଏକ୍ସପ୍ରେସ୍‌ ଉତ୍ତରବଙ୍ଗର ମୈନାଗୁଡ଼ି ନିକଟରେ ଗୁରୁବାର ସନ୍ଧ୍ୟାରେ ଲାଇନ୍‌ଚ୍ୟୁତ ହେବା ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଏଯାବତ୍ ମୋଟ୍ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୪୫ ଜଣ ଆହତ ହୋଇଛନ୍ତି। ରେଳବାଇ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁର୍ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି।
ଏକ୍ସପ୍ରେସ୍‌ର ଏସ୍‌-୩ରୁ ଏସ୍‌-୧୩ ଏବଂ ଡି-୨ କୋଚ୍‌ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ରେ ୧୨୦୦ରୁ ଅଧିକ ଯାତ୍ରୀ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ୩୦-୪୦ ଆମ୍ବୁଲାନ୍ସ ପଠାଯାଇଛି। ରେଳ ବିଭାଗ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ଦୁର୍ଘଟଣାରେ ମୃତକଙ୍କୁ ୫ ଲକ୍ଷ, ଗୁରୁତର ଆହତଙ୍କୁ ୧ ଲକ୍ଷ, ସାମାନ୍ୟ ଆହତମାନଙ୍କ ଚିକିତ୍ସା ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ସକାଳେ ଦୁର୍ଘଟଣାସ୍ଥଳ ପରିଦର୍ଶନରେ ଯିବେ।
ଏହାଛଡ଼ା ରେଳ ବିଭାଗ ପକ୍ଷରୁ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ ୮୧୩୪୦୫୪୯୯୯, ୦୩୬୨୭୩୧୬୨୨, ୦୩୬୨୭୩୧୬୨୩ ନମ୍ବରକୁ ଫୋନ୍‌ କରିବାକୁ ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଅଧିକ ସୂଚନା ପାଇଁ ପାଟନା ଜଙ୍କସନ୍‌-୯୩୪୧୫୦୬୦୧୬, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ୍‌-୭୩୮୮୮୯୮୧୦୦, ଦାନାପୁର-୭୭୫୯୦୭୦୦୦୪, ସୋନପୁର-୯୭୭୧୪୨୯୯୯୯ ନମ୍ବର ସହ ସମ୍ପର୍କ କରାଯାଇ ପାରିବ।

ସମ୍ବନ୍ଧିତ ଖବର